ନୂଆଦିଲ୍ଲୀ, ୧୭/୨/୨୦ (ସନ୍ଧାନ ନିଉଜ) : ଅପ୍ରେଲ 1ରୁ ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟର (ଏନପିଆର)କୁ ଅପଡେଟ୍ କରିବା ପାଇଁ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି । ନୂଆ ଦିଲ୍ଲୀ ନଗର ନିଗମ (ଏନଡିଏମସି ) ଅଞ୍ଚଳରେ ପ୍ରଥମ ଦେଶବାସୀଙ୍କ ତରଫରୁ ପ୍ରଥମ ପର୍ଯ୍ୟାୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନାମାଙ୍କନ ପତ୍ର ଦାଖଲ କରିବେ ।
ଏହି ଦିନ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଲିଷ୍ଟରେ ସାମିଲ କରାଯିବ । ତେବେ ରାଷ୍ଟ୍ରପତିଙ୍କ ଠାରୁ ଏନପିଆର ପ୍ରକ୍ରିୟା ଆରମ୍ଭ ହେବାର ନିୟମ ରହିଛି ।



