ଏପ୍ରିଲ ମାସରେ ପ୍ରାୟ ୧୬ ହଜାର କୋଟି ଟଙ୍କାର ଔଷଦ କ୍ରୟ କରିଛନ୍ତି ଭାରତୀୟ, ଗତ ବର୍ଷ ତୁଳନାରେ ୫୧% ବୃଦ୍ଧି

Spread the love

ନୁଆଦିଲ୍ଲୀ, ୦୮/୦୫ (ସନ୍ଧାନ ନିଉଜ) ; ଚଳିତ ଏପ୍ରିଲରେ କରୋନା କହର ସହିତ ଲଢିବାକୁ ୧୫,୬୬୨ କୋଟି ଟଙ୍କାର ଔଷଦ କିଣିଛନ୍ତି । ଯାହା ଗତ ବର୍ଷ ସମାନ ସମୟ ଏପ୍ରିଲ ତୁଳନାରେ ୫୧.୫% ପ୍ରତିଶତ ବୃଦ୍ଧୀ ଘଟିଛି । ଗତବର୍ଷ ଏପ୍ରିଲା ମାସରେ ସରକାରଙ୍କ ଦ୍ୱାରା ଦେଶବ୍ୟାପି ଲଗାଯାଇଥିବା କଠୋର ଲକ୍‌ଡାଉନ ପ୍ରଭାବରେ ଔଷଧ ବିକ୍ରୟ କମିଥିବା ବେଳେ ଚଳିତ ବର୍ଷ କରୋନାର ଦ୍ୱତ୍ୱୀୟ ଲହରରେ ସଂକ୍ରମଣ ଦୃତଗତିରେ ବଢୀବା ସହିତ ସମ୍ପୁର୍ଣ୍ଣ ଦେଶକୁ କବଳିତ କରି ରଖିବାରୁ ଔଷଦ ବିକ୍ରୟରେ ବୃଦ୍ଧି  ଘଟିଛି ।  ତେବେ କରୋନାର ଦ୍ୱିତ୍ୱୀୟ ଲହର ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ଔଷଦ ବିକ୍ରୟ ବୃଦ୍ଧି କରିଛି । ଏହି ସମୟରେ ଆଣ୍ଟି-ଇନଫେକ୍ଟିଭ୍ ବର୍ଷକୁ ୧୩୪% ଅଭିବୃଦ୍ଧି ଦେଖାଇଛି ଗତ ବର୍ଷ ଏପ୍ରୀଲ ତୁଳନାରେ ଏବଂ ପୁଷ୍ଟିକର ଖାଦ୍ୟ ୭୬% ଅଭିବୃଦ୍ଧି ଦେଖାଇଛି । କୋଭିଡ ଟ୍ରିଟମେଣ୍ଟ ଥେରାପି ସେଗମେଣ୍ଟରେ କାର‌୍ୟ୍ୟ କରୁଥିବା କମ୍ପାନୀଗୁଡିକ ମାସ ପାଇଁ ବମ୍ପର ବିକ୍ରୟ ମାଧ୍ୟମରେ ଯଥେଷ୍ଟ ଲାଭ କରିଛନ୍ତି ବୋଲି ବଜାର ଅନୁସନ୍ଧାନକାରୀ ସଂସ୍ଥା କହିଛନ୍ତି । ଗତ ବର୍ଷ ଏପ୍ରିଲ ମାସରେ ସରକାର ଲଗାଇଥିବା ଶକ୍ତ ଲକ୍‌ଡାଉନ ଲାଗି ଏପ୍ରିଲ ମାସରେ ଔଷଧ ବିକ୍ରୟ ୧୧% ପ୍ରତିଶତ କମିଥିବା ବେଳେ ସମାନ ଅବସ୍ଥା ମେ ମଧ୍ୟ ରହିଥିଲା ଏବଂ ୯% ପ୍ରତିଶତ ବିକ୍ରୟ କମ୍ ହୋଇଥିଲା ।  ତେବେ ଚଳିତ ବର୍ଷ ଔଷଧ ଉତ୍ପାଦନ କାରୀ କମ୍ପାନୀ ମାନେ କରୋନା ସଂକ୍ରମଣର ଦ୍ୱିତ୍ୱୀୟ ଲହର ସମୟରେ ଔଷଧର ଉତ୍ପାଦନ ଏବଂ ସହଜ ବିତରଣ ଲାଗି ପୁର୍ବରୁ ପଡ୍ରସ୍ତୁତ ଥିବା ବେଳେ ସରକାର ମଧ୍ୟ ଏଥି ପ୍ରତି ଅଧିକ ଯତ୍ନବାନ ଭାବରେ ଅଥତ୍ୟାବଶ୍ୟକ ସାମଗ୍ରୀ ଏବଂ ସେବାକୁ ଯୋଗାଣକୁ ଅବାଧ କରିଛନ୍ତି । କରୋନା ମହାମାରୀ ପ୍ରଭାବରେ ବିଭିନ୍ନ ଔଷଧର ମୁଲ୍ୟରେ ବୃଦ୍ଧୀ ଘଟିଥିଲେ ମଧ୍ୟ ଏହାର ବିକ୍ରୟରେ ପ୍ରଭଅବ ପକାଇ ପାରି ନାହିଁ । ଏହି କ୍ଷେତ୍ରରେ ତୀବ୍ର ବୃଦ୍ଧି ପାଇଥିବା ଔଷଧ ଗୁଡିକ ପାଇଁ ଉଭୟ ସୁସ୍ଥ ଲୋକ ଏବଂ ରୋଗୀମାନଙ୍କଠାରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ବ୍ୟବହୃତ ଜିଙ୍କ ଏବଂ ଭିଟାମିନ୍ ସି ର ଚାହିଦା ବଢିଛି , ଏବଂ ଆଜିଥ୍ରୋମାଇସିନ୍ ଭଳି ଆଣ୍ଟିବାୟୋଟିକ୍ ମଧ୍ୟ, ଯାହା ପ୍ରାୟତ ମିଡ କୋଭିଡ-୧୯ ରୋଗୀଙ୍କ ପାଇଁ ଦିଆଯାଏ।

Related Posts

About The Author

Add Comment