ଭୁବନେଶ୍ୱର, ୧୬/୦୮/୨୦୨୦ (ସନ୍ଧାନ ନିଉଜ) କରୋନା ସଂକ୍ରମଣ ସମଗ୍ର ବିଶ୍ଵରେ ଏକ ବୃହତ ସମସ୍ୟା ସୃଷ୍ଟି କରିଛି। ବିଗତ ମାସକ ମଧ୍ୟରେ ସଂକ୍ରମଣ କମିବା ପରିବର୍ତ୍ତେ ବଢିବାରେ ଲାଗିଛି । ରାଜ୍ୟ ସରକାରଙ୍କ ଦ୍ବାରା କରାଯାଉଥିବା ବ୍ୟାପକ ସଚେତନତା ଅଭିଯାନ ସରେ କେତେକ ଲୋକ ସାମାଜିକ ଦୂରତା ନିର୍ଦ୍ଦେଶାବଳୀ ପାଳନ କରୁନାହାନ୍ତି । ଯାହାଦ୍ଵାରା ଜନସାଧାରଣଙ୍କ ପ୍ରତି ବିପଦ ସୃଷ୍ଟି ହେବ । ଏହି ରୋଗକୁ ରୋକିବା ଲାଗି ନିର୍ଦ୍ଦେଶାବଳୀକୁ କଠୋରଭାବେ ପାଳନ କରିବାର ଆବଶ୍ୟକତା ରହିଛି। ତେଣୁ ଏପିଡେମିକ୍ ରୋଗ ଅନିୟମ ୧୮୯୭ରେ ରହିଥିବା ଦଣ୍ଡ| ଜରିମାନା ପରିମାଣ ବୃଦ୍ଧି ନେଇ ଆବଶ୍ୟକତା ଥିବା ସରକାର ବିଚାର କରିଛନ୍ତି । ଦଣ୍ଡ ବୃଦ୍ଧି ନେଇ କ୍ୟାବିନେଟରେ ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ନିୟମ ଉଲ୍ଲଘନ କ୍ଷେତ୍ରରେ ଏଥର ୨ ବର୍ଷ କାରାଦଣ୍ଡ କିମ୍ବା ୧ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯିବ। ଅଥବା ଉଭୟ ଦଣ୍ଡ ବିଧାନ ମଧ୍ୟ କରାଯାଇପାରେ । ୨୦୨୦ ଏପ୍ରିଲ ୮ ରେ ଏକ ଅଧାଦେଶ ମାଧ୍ୟମରେ ଦଣ୍ଡ ଅବଧି ୨ ବର୍ଷ ପର୍ଯ୍ୟନ୍ତ ଏବଂ ୧୦ ହଜାର ଟଙ୍କା ଜରିମାନା କରାଯାଇଛି। ଆସନ୍ତା ବିଧାନସଭା ଅବେଶନରେ ଗୃହୀତ କରାଯାଇ ଏହାକୁ ଆଇନରେ ପରିଣତ କରାଯିବ। ସରକାର ୫୦ ଏବଂ ୨୦ଜଣଙ୍କ ଉପସ୍ଥିତିରେ ବାହାଘର ଓ ଅନ୍ତିମ ସଂସ୍କାର କରାଯିବା ନିୟମ କରିଥିବା ବେଳେ ଏହାକୁ ଉଲ୍ଲଘନ କରାଯାଉଛି। ତେଣୁ ଯେଉଁମାନେ ଆଗକୁ ସରକାରଙ୍କ ନିୟମ ପାଳନ ନ କରିବେ ସେ କ୍ଷେତ୍ରରେ ରୋଗର । ବିସ୍ତାରକୁ ରୋକିବା ପାଇଁ କଠୋର ଦଣ୍ଡ ବିଧାନ କରାଯିବ ।