ଭୁବନେଶ୍ଵର, ୨୬ /୧/୨୦ ସନ୍ଧାନ ନିଉଜ : ରାଜ୍ୟରେ ବାଲି, ଗୋଡ଼ି, ମୋରମ୍, ଖଣ୍ଡୋଲାଇଟ୍ ପରି ଲଘୁ ଖଣିଜ ପଦାର୍ଥ ଚୋରା ଚାଲାଣ ରୋକିବା ପାଇଁ ଏନଫୋର୍ସ୍ମେଣ୍ଟ୍ ସେଲ୍ ଗଠିତ ହୋଇଛି। ଏଥିରେ ଅବସରପ୍ରାପ୍ତ ରାଜସ୍ଵ ନିରୀକ୍ଷକ ଓ ଅମିନଙ୍କୁ ନିଯୁକ୍ତି ଦିଆଯିବ। ଏଥିପାଇଁ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପୁରୀ, ମାଲକାନଗିରି ଓ ନୂଆପଡ଼ା ଜିଲ୍ଲାକୁ ଛାଡ଼ି ଅନ୍ୟ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛି। ରାଜସ୍ଵ ବିଭାଗ ଅତିରିକ୍ତ ଶାସନ ସଚିବ ଜିଲ୍ଲାପାଳମାନଙ୍କୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଏନଫୋର୍ସ୍ମେଣ୍ଟ୍ ସେଲ୍ଗୁଡ଼ିକୁ ପ୍ରାଥମକିତା ଆଧାରରେ କାର୍ଯ୍ୟକ୍ଷମ କରିବା ପାଇଁ ଅବସରପ୍ରାପ୍ତ ଆର୍ଆଇ ଓ ଅମିନଙ୍କୁ ଅସ୍ଥାୟୀ ଭାବେ ବର୍ଷକ ପାଇଁ ନିଯୁକ୍ତି ମିଳିବ।
ଏନଫୋର୍ସମେଣ୍ଟ୍ ସେଲ୍ ପାଇଁ ନିଯୁକ୍ତ ହେବେ ଅବସରପ୍ରାପ୍ତ ଆର୍ଆଇ ଓ ଅମିନ
|
January 26, 2020 |


