ଏଥର ପୁଅଙ୍କୁ ପଛରେ ପକାଇ ବାଜି ମାରି ନେଇଛନ୍ତି  ଝିଅ ; ଦକ୍ଷିଣ ରାଉରକେଲାରେ ୫୭୩ ଜଣ ମାଟ୍ରିକ ପାସ୍

Spread the love

ରାଉରକେଲା;୩୦/୦୭/୨୦୨୦ (ସନ୍ଧାନ ନିଉଜ) : ଆଜି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ ପରକ୍ଷା ଫଳ ପ୍ରକାଶ ପାଇଛି । ଦକ୍ଷିଣ ରାଉରକେଲାରେ ଥିବା ବିଦ୍ୟାଳୟ ଗୁଡ଼ିକରେ ମାଟ୍ରିକ ପରୀକ୍ଷା ଫଳ ସନ୍ତୋଷଜନକ ହୋଇଥିବା ଖବର ମିଳିଛି । ଆଜି ପୂର୍ବାହ୍ନରେ ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ପାଇବା ପରେ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ମାନେ ସେମାନଙ୍କ ପରୀକ୍ଷାଫଳ ମୋବାଇଲ ଓ ଲାପଟପ୍ ମାଧ୍ୟମରେ ଦେଖିଥିଲେ । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଲକଡାଉନ ଯୋଗୁ ଇଂଟରନେଟ ପାର୍ଲର ବନ୍ଦଥିବା କାରଣରୁ କିଛି ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ଫଳ ଜାଣିବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଚଳିତ ବର୍ଷ ଦକ୍ଷିଣ ରାଉରକେଲା ସମେତ ସାରନଗରୀରେ ମୋଟ ୬୫୫ ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୫୭୩ ଜଣ ମାଟ୍ରିକ ପାସ୍ କରିଛନ୍ତି । ଦକ୍ଷିଣ ରାଉରକେଲାରେ ପାସ ହାର ୮୭.୪୮ ପ୍ରତିଶତ ରହିଛି । ସୂଚନାଯୋଗ୍ୟଯେ, ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଗତ ଫେବୃଆରୀ ୧୯ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖରେ ଶେଷ ହୋଇଥିଲା ।
ବିଦ୍ୟାଳୟ କର୍ତୃର୍ପକ୍ଷଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ସାରନଗରୀ ସ୍ଥିତ ଆଦର୍ଶ ବିଦ୍ୟା ମନ୍ଦିରରେ ମୋଟ ୯୯ ଜଣ ମାଟ୍ରିକ ପରୀକ୍ଷା ଦେଇଥିବା ବେଳେ, ୯୭ ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି । ବିଦ୍ୟାଳୟର ଛାତ୍ରୀ ସାଗରିକା ସାହୁ ୪୮୪ ନମ୍ବର ରଖି ପ୍ରଥମ ସ୍ଥାନରେ ରହିଛନ୍ତି । ଏହି ସ୍କୁଲରେ ଏ-୨ ଗ୍ରେଡ଼ରେ ୨ଜଣ, ବି-୧ ଗ୍ରେଡ଼ରେ ୮, ବି-୨ରେ ୧୬, ସି ଗ୍ରେଡ଼ରେ ୧୯ ଜଣ, ଡି ଗ୍ରେଡ଼ରେ ୨୯ ଓ ଇ ଗେଡ଼ରେ ୨୩ ଜଣ ସଫଳତାର ସହ ମାଟ୍ରିକ ପରୀକ୍ଷା ପାସ କରିଛନ୍ତି । ସେହିପରି ଜ୍ଞାନୋଦୟ ଉଚ୍ଚ ବିଦ୍ୟାଳୟରେ ୫୯ ଜଣ ମାଟ୍ରିକ ପରୀକ୍ଷା ଦେଇଥିବା ବେଳେ ବିଦ୍ୟାଳୟର ପରୀକ୍ଷା ଫଳ ଶତ ପ୍ରତିଶତ ରହିଛି । ଉକ୍ତ ବିଦ୍ୟାଳୟର ଛାତ୍ର ଘନଶ୍ୟାମ ପଣ୍ଡା ସର୍ବାଧିକ ୫୩୦ ମାର୍କ ରଖିଛନ୍ତି । ଏହି ବିଦ୍ୟାଳୟରେ ଏ-୨ ଗ୍ରେଡ଼ରେ ୫ଜଣ, ବି-୧ ଗ୍ରେଡ଼ରେ ୮, ବି-୨ରେ ୧୪, ସି ଗ୍ରେଡ଼ରେ ୧୫ ଜଣ, ଡି ଗ୍ରେଡ଼ରେ ୧୬ ଓ ଇ ଗ୍ରେଡ଼ରେ ଜଣେ ପରିକ୍ଷାର୍ଥୀ ମାଟ୍ରିକ ପାସ

Related Posts

About The Author

Add Comment