ଏଥର ଦିଲ୍ଲୀରେ ସ୍ୱାଧୀନତା ଦିବସ ସମାରୋହର ସୁରକ୍ଷା ଦାୟିତ୍ୱ ନେବ ଦେଶର ପ୍ରଥମ ମହିଳା ସ୍ୱାଟ୍‌ କମାଣ୍ଡୋ ଟିମ୍

Spread the love

ଦିଲ୍ଲୀର ସୁରକ୍ଷାର ଦାୟିତ୍ୱ ଗୃହମନ୍ତ୍ରୀ ରାଜନାଥ ସିଂହ ଏହି ଟିମ୍ ଉପରେ ନ୍ୟସ୍ତ କରିଛନ୍ତି । ଦିନ କେଇଟା ପରେ ଦେଶ ପାଳନ କରିବ ସ୍ୱାଧୀନତା ଦିବସ । କିନ୍ତୁ ଏହି ଦିବସରେ ଭାରତରେ ଖାସକରି ଦିଲ୍ଲୀରେ ଆତଙ୍କ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛନ୍ତି ଆତଙ୍କବାଦୀ । ଏନେଇ ଗୁଇନ୍ଦା ସୂଚନା ମଧ୍ୟ ମିଳିଛି । ତେଣୁ ଏସବୁକୁ ଦୃଷ୍ଟିରେ ରଖି ଦିଲ୍ଲୀର ସୁରକ୍ଷା ପାଇଁ ନୂଆ ମହିଳା ସ୍ୱାଟ୍‌ ଟିମ୍ ପ୍ରସ୍ତୁତ କରାଯାଇଛି । ୩୬ ଜଣ ମହିଳାଙ୍କୁ ନେଇ ଗଠିତ ହୋଇଥିବା ଏହି ସ୍ୱାଟ ଟିମର ସମସ୍ତ ସଦସ୍ୟ ଉତ୍ତର ପୂର୍ବ ରାଜ୍ୟର । ଜାତୀୟ ଓ ଅର୍ନ୍ତଜାତୀୟ ସିକ୍ୟୁରିଟି ଓ ଡିଫେନ୍ସ ଏକ୍ସପର୍ଟସଙ୍କ ତତ୍ୱାବଧାନରେ ୧୫ ମାସର କଡା ଟ୍ରେନିଂ ପରେ ଏମାନଙ୍କୁ ପ୍ରସ୍ତୁତ କରାଯାଇଛି । ସାଧାରଣତଃ ପୁରୁଷ କମାଣ୍ଡୋଙ୍କୁ ୧୨ ମାସ ଯାଏଁ ଟ୍ରେନିଂ ଦିଆଯାଇଥାଏ । ଏହି ମହିଳା ଟିମକୁ କେନ୍ଦ୍ରୀୟ ଓ ଦକ୍ଷିଣ ଦିଲ୍ଲୀର ସମ୍ବେଦନଶୀଳ ଅଞ୍ଚଳରେ ମୁତୟନ କରାଯିବ ।

ଦିଲ୍ଲୀ ପୋଲିସ କମିସନର ଅମୂଲ୍ୟ ପଟ୍ଟନାୟକଙ୍କ ତତ୍ତ୍ବୱାବଧାନରେ ଏହି ସ୍ପେଶାଲ ମହିଳା ସ୍ୱାଟ୍‌ ଟିମ୍ ପ୍ରସ୍ତୁତ କରାଯାଇଛି । ଟିମରେ ସାମିଲ ଥିବା ମହିଳା ପୋଲିସ ଅଧିକାରୀଙ୍କୁ ସ୍ପେଶାଲ କମାଣ୍ଡୋ ଟ୍ରେନିଂ ଦିଆଯାଇଛି । ଯାହାଦ୍ୱାରା ଯେକୌଣସି ଆତଙ୍କବାଦୀ ଆକ୍ରମଣକୁ ଏମାନେ ବେଶ ସହଜରେ ପ୍ରତିହତ କରିପାରିବେ । ଖାସକରି ଏହି ମହିଳା ମାନଙ୍କୁ ଇତ୍ସାଏଲ କର୍ଭ ମାଗ୍ନାର ଟ୍ରେନିଂ ଦିଆଯାଇଥାଏ । ଏହା ଏଭଳି ଏକ ଡିଫେନ୍ସ ସିଷ୍ଟମ ଯେଉଁଠି ବ୍ୟକ୍ତିଙ୍କୁ ବିନା ଅସ୍ତ୍ରରେ ଲଢେଇ କରିବାର କୌଶଳ ଶିଖାଯାଇଥାଏ । ଏମାନଙ୍କୁ ଲାଲକିଲ୍ଲା ଓ ଇଣ୍ଡିଆ ଗେଟ ନିକଟରେ ମୁତୟନ କରାଯିବାକୁ ଯୋଜନା କରାଯାଇଛି । ମୁମ୍ବାଇ ଆକ୍ରମଣ ପରେ ଆତଙ୍କବାଦୀଙ୍କୁ ମାତ୍ ଦେବାକୁ ଦେଶରେ ଏଭଳି ସ୍ୱାଟ ଟିମ୍ ପ୍ରସ୍ତୁତ କରିଥିଲା ଭାରତ ।

Related Posts

About The Author

Add Comment