ଜେନାପୁର/୧୦/୧୦/ସନ୍ଧାନ ନିୟୁଜ୍/ପ୍ରଶାନ୍ତ ସାମଲ)ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କୁ ଆଖି ଆଗରେ ରଖି ଧର୍ମଶାଳା ବ୍ଲକ ଏଣ୍ଡଳବା ଗ୍ରାମ ପଞ୍ଚାୟତସ୍ଥ ବାଲିପଡ଼ିଆ ଦଦରା ମଠ ଠାରେ ଆଜି ମଧ୍ୟାନ ସମୟରେ ଶତାଧିକ ବିଜେପି କର୍ମୀ ମାନେ ଏଣ୍ଡଳବା ବିଜେଡିରେ ଯୋଗଦେଇଥିବା ଦେଖିବାକୁ ମିଳିଛି । ବିଜେଡି ନେତା ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ବଳବନ୍ତ ରାୟଙ୍କ ନିର୍ଦ୍ଦେଶ କ୍ରମେ ଏଣ୍ଡଳବା ବିଜେଡି ସଭାପତି ଶ୍ରୀ ସୁଧାଂଶୁ ଭୂଷଣ ସାହୁଙ୍କ ନେତୃତ୍ୱରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା ଏହି ମିଶ୍ରଣ ରେ ଏଣ୍ଡଳବା ଗ୍ରାମ ପଞ୍ଚାୟତର ବିଛାଖଣ୍ଡି, ପାଟପୁର, କଲାଣ୍ଡ, ମାଳ, ଏଣ୍ଡଳବା, ବାଘୁଆ ବାରଣା , ଓ ବିଭିନ୍ନ ପଡ଼ାମୌଜାରୁ ଶତାଧିକ ବିଜେପି ଆଗଧାଡ଼ିର ନେତା ମାନେ ବିଜେଡିରେ ଯୋଗ ଦେଇଥିଲେ। ଏହି ବିଜେଡି ମିଶ୍ରଣ ପର୍ବରେ ଯୋଗ ଦେଇଥିବା ବିଜେପିର ଆଗ ଧାଡ଼ିର ନେତା ଓ କର୍ମୀ ମାନଙ୍କୁ ଶ୍ରୀ ସୁଧାଂଶୁ ଭୂଷଣ ସାହୁ ବିଜେଡି ଉତ୍ତରିୟ ଦେଇ ସେମାନଙ୍କ ନାମ ଘୋଷଣା କରିଥିଲେ ।ଶ୍ରୀ ସାହୁଙ୍କ କହିବା ଅନୁଯାୟୀ ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏଣ୍ଡଳବାର ବିଜେଡ଼ି ଦଳରେ ଅନେକ ବିଜେପି କର୍ମୀମାନେ ଯୋଗ ଦେଇଥିବେ। ଏହି ମିଶ୍ରଣ ପର୍ବରେ ୧୧ ନମ୍ବର ଯୋନର ଆଗଧାଡ଼ିର ବିଜେଡ଼ି ନେତା ମାନେ ଉପସ୍ଥିତ ଥିବା ବେଳେ ଏଣ୍ଡଳବା ପଞ୍ଚାୟତର ଅନେକ ବିଜେଡ଼ି କର୍ମୀ ଉପସ୍ଥିତ ରହି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା ।
ଏଣ୍ଡଳବା ପଞ୍ଚାୟତରେ ମିଶ୍ରଣ ପର୍ବ ବିଜେଡି ରେ ଯୋଗ ଦେଲେ ଶତାଧିକ ବିଜେପି କର୍ମୀ
|
October 10, 2021 |