ଯାଜପୁର, ୨୩/୧୧ (ସନ୍ଧାନ ନିଉଜ/ପ୍ରଶାନ୍ତ ସାମଲ) : ଧର୍ମଶାଳା ରାଜସ୍ବ ତହସିଲ ଅନ୍ତର୍ଗତ ଏଣ୍ଡଳବା ଗ୍ରାମ ପଞ୍ଚାୟତ ବିଛାଖଣ୍ଡି ମୌଜା ର ୭ ନମ୍ବର ୩୮୯ ଖସଡ଼ା ୧୮୨୬ କଳା ପଥର ଖାଦାନରେ ଆଜି ୯ଗୋଟି ପଂଚାୟତ ର ସମସ୍ତ ସରପଞ୍ଚ ଏବଂ ସମିତି ସଭ୍ୟ ଓ ସମସ୍ତ ଜନସାଧାରଣ ବହୁଳ ଭାବେ ଏକତ୍ରିତ ହୋଇ ବିକ୍ଷୋଭ ପଦର୍ଶନ କରିଥିଲେ ।
ଘଟଣାରୁ ପ୍ରକାଶ ଯେ ଏହି ବିକ୍ଷୋଭ ର କାରଣ ଜ୍ଞାନ ରଂଜନ ମହାପାତ୍ର ସଂପୃକ୍ତ ପାହାଡ଼ କୁ ଲିଜ ଭାବରେ ସରକାରଙ୍କ ଠାରୁ ଅନୁମତି ଆଣି ବେଆଇନ ଭାବେ ୱାଗନ ବୋର ହୋଲ କରି ବ୍ଲାଷ୍ଟିଂ କରୁଛନ୍ତି ।ଏହା ଦୀର୍ଘ ଦିନ ଧରି କାର୍ଯ୍ୟ କରିବା ସହିତ ଲୋକମାନଙ୍କ ଜୀବନ ଜୀବିକା କୁ ବିପନ୍ନ କରି ଅସାମାଜିକ ବ୍ୟକ୍ତି କୁ ହାତରେ ରଖି ନିୟମିତ କାର୍ଯ୍ୟ ଧାରା ଜାରି ରଖିଥିବାରୁ ସ୍ଥାନୀୟ ଜନସାଧାରଣ ତହସିଲଦାର, ଜିଲ୍ଲାର ଜିଲ୍ଲାପାଳ ଏବଂ ଥାନା ର IIc ଙ୍କୁ ଅବଗତ କଲେ ବି ପ୍ରସାସନ ର ନିଦ ଭାଙ୍ଗୁନି ।ଏଥିପ୍ରତି ପ୍ରସାସନ ନିରବ ରହିବା ପରେ ଜଣସାଧାରଣ ଙ୍କ ବିକ୍ଷୋଭ ଦେଖିବାକୁ ମିଳିଥିଲା ।ଜନସାଧାରଣ ଙ୍କ ଦାବି କରିଛନ୍ତି ଯେ ସେମାନଙ୍କ ଜୀବିକା କୃଷି, ପାନୀୟ ଜଳର ପ୍ରଦୂଷଣ ହେଉଥିବା ବେଳେ କେତେକ ଯୁବକ ଯୁବତୀ ଓ ଲୋକମାନେ କିଡନୀ ଓ ଚର୍ମ ଜାତୀୟ ରୋଗରେ ପୀଡିତ ହୋଇ ମୃତ୍ୟୁ ବରଣ କଲେଣି ।ବ୍ଲାଷ୍ଟିଂ ରେ ବ୍ୟବହୃତ ଅମୋନିଆ ସାର ପାଣିରେ ମିଶି ପାଣି ପ୍ରଦୂଷିତ ହେଉଛି ।ବ୍ଲାଷ୍ଟିଂ ର ଉଚ୍ଚସମ୍ପର୍ଣ୍ଣ ଭୁ କମ୍ପନ ହେବା ଫଳରେ ଘର ଦ୍ୱାର ଭାଙ୍ଗି ଗଲାଣି ।ଏହି ବୋର ହୋଲ ଖୋଳି ବ୍ଲାଷ୍ଟିଂ କୁ ବନ୍ଦ ନକରା ଗଲେ ଜନ ସାଧାରଣ ରାଜରାସ୍ତାକୁ ଓଲ୍ହାଇବେ ।ଏହି ଆନ୍ଦୋଳନ ର ସଭାପତି ସୁକାନ୍ତ ଦାସ,ଧବଳେଶ୍ୱର ପ୍ରଧାନ, ଅଶୋକ ମଲ୍ଲ, ସରପଞ୍ଚ ଏଣ୍ଡଳବା ଅନୁକୂଳି ସାମଲ, ଅଂଜିରା ର ବିଦ୍ୟାଧର ସେଠି, ରବୀନ୍ଦ୍ର ସାହୁ ରାଇଛନ୍ଦା, ଓ ଅନ୍ୟାନ୍ୟ ନେତୃତ୍ୱରେ ପ୍ରସାସନ ନିକଟରେ ଦାବି କରିଥିଲେ ଯେ ଶୀଘ୍ର ଏହାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ୯ ପଂଚାୟତ ର ଲୋକମାନେ ଜୀବନ ଜୀବିକା ବିପନ୍ନ ରୁ ରକ୍ଷା ପାଇବେ ।
ଏଣ୍ଡଳବା ଗ୍ରାମ ପଞ୍ଚାୟତ ବିଛାଖଣ୍ଡି ମୌଜାର ବିକ୍ଷୋଭ ପଦର୍ଶନ
|
November 23, 2019 |



