ଭୁବନେଶ୍ବର, ୩୦/୧୧ (ସନ୍ଧାନ ନିଉଜ) : କଲେଜରେ ନାମ ଲେଖାଇ କ୍ଲାସ କରୁନଥିବା ଛାତ୍ରଛାତ୍ରୀଙ୍କ ଠାରେ ଲଗାମ ଲଗାଯାଇଛି। ଏଣିକି କଲେଜରେ ଛାତ୍ରଛାତ୍ରୀମାନଙ୍କର ୭୫ପ୍ରତିଶତରୁ କମ୍ ଉପସ୍ଥାନ ଥିଲେ ବାର୍ଷିକ ପରୀକ୍ଷା ଦେଇପାରିବେନି ବୋଲି ଶନିବାର ଜଣାପଡ଼ିଛି। ମାତ୍ର ସମସ୍ଥ ସରକାରୀ ଓ ବେସରକାରୀ କଲେଜର ଛାତ୍ରଛାତ୍ରୀମାନଙ୍କର ଉପସ୍ଥାନ ୭୫ପ୍ରତିଶତ କରିବା ପାଇଁ ଅତିରିକ୍ତ କ୍ଲାସ କରାଯିବ। ଅତିରିକ୍ତ କ୍ଲାସ୍ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନକୁ ୭୫% କରିବା ନିମନ୍ତେ ପରାମର୍ଶ ଦିଆଯାଇଛି। ଏନେଇ ସମସ୍ଥ ସରକାରୀ ଓ ବେସରକାରୀ ଅନୁଦାନ ପ୍ରାପ୍ତ କଲେଜ ଅଧ୍ୟକ୍ଷମାନଙ୍କୁ ଉଚ୍ଚ ଶିକ୍ଷା ବିଭାଗ ସଚିବ ଶାଶ୍ବତ ମିଶ୍ର ଚିଠି ଲେଖିଛନ୍ତି।
ଏଣିକି ୭୫ପ୍ରତିଶତ ଉପସ୍ଥାନ ନଥିଲେ ଦେଇପାରିବେନି ପରୀକ୍ଷା
|
November 30, 2019 |


