ଏଣିକି ଥାନାକୁ ଯାଉଥିବା ଅଭିଯୋଗକାରୀଙ୍କୁ ବିନମ୍ର ବ୍ୟବହାର କରିବା ସହ ଚା’ ପାଣି କଥା ପଚାରିବ ପୁଲିସ

Spread the love

ନୂଆଦିଲ୍ଲୀ, ୮/୧୧ (ସନ୍ଧାନ ନିୟୁଜ): ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗୃହମନ୍ତ୍ରୀ ରାଜନାଥ ସିଂହ ଯୋଗ ଦେଇଥିଲେ। ଏହି ଅବସରରେ ଗୃହମନ୍ତ୍ରୀ ରାଜନାଥ ସିଂହ ଦିଲ୍ଲୀ ପୁଲିସକୁ କହିଛନ୍ତି, ଅଭିଯୋଗକାରୀକୁ ପୁଲିସ ଷ୍ଟେସନ୍‌ରେ ସ୍ୱାଗତ ଜଣାଇବା ସହ ଚା’ ପାଣି ଦେଇ ଚର୍ଚ୍ଚା କରାଯିବ । ଏଥିସହିତ ଅଭିଯୋଗକାରୀଙ୍କୁ ପୁଲିସ ସାଙ୍ଗ ଭଳି ବ୍ୟବହାର କରିବ। ଥାନାକୁ ଅଭିଯୋଗ ନେଇ ଯିବା ସମୟରେ ଅନେକଲୋକେ ପୁଲିସ ବ୍ୟବହାରକୁ ଭୟ କରିଥାଆନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜନାଥ ସିଂହ ଏଭଳି ମନ୍ତବ୍ୟ ଦେଇଥିବା କଥା କୁହାଯାଉଛି।

ସୂଚନାଯୋଗ୍ୟ, ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜନାଥ ସିଂହ ପୁଲିସକୁ ପ୍ରଶ୍ନ କରିଥିଲେ କି, ଯଦି କୌଣସି ବ୍ୟକ୍ତି ଥାନାକୁ ଅଭିଯୋଗ କରିବାକୁ ଆସନ୍ତି ତେବେ ତାଙ୍କ ସହ କାହିଁକି ସହ ବିନମ୍ରତା ବ୍ୟବହାର କରାଯାଏ ନାହିଁ? ଆମେ କ’ଣ ସେମାନଙ୍କୁ ଚା’ କଥା ପଚାରି ପାରିବାନି ? ଏହାକୁ ନେଇ ମୁଁ କମିଶନରଙ୍କ ନିକଟରେ ପୁଲିସ ଥାନାରେ ଚା’ ଷ୍ଟଲ ଲଗାଇବା ପାଇଁ ପ୍ରସ୍ତାବ ରଖିବି। ଏଥିପାଇଁ ଗୃହ ମନ୍ତ୍ରାଳୟ ପକ୍ଷରୁ ଫଣ୍ଡ ଦିଆଯିବ ବୋଲି ରାଜନାଥ ସିଂହ କହିଛନ୍ତି।

Related Posts

About The Author

Add Comment