ରାଉରକେଲା, ୧୩/୩/୨୦ (ସନ୍ଧାନ ନିଉଜ) : ସାରା ବିଶ୍ଵରେ କୋରୋନା, ଏକ ମହାମାରୀର ରୂପ ନେଇ ସାରିଛି। ଏହାର ଭୟ ବିଭିନ୍ନ ଦେଶରେ ଏମିତି ଆତଙ୍କ ଖେଳାଇଛି ଯେ, ତାହାକୁ ନିୟନ୍ତ୍ରଣ କରିବା ଲାଗି ଆକ୍ରାନ୍ତମାନଙ୍କୁ ଅଲଗା ରହିବାକୁ ବାଧ୍ୟ କରାଯାଉଛି। ପୁଣି ଇଟାଲୀର କିଛି ଅଞ୍ଚଳରେ ତ ସେଠାକାର ସରକାର କରୋନା ଆକ୍ରାନ୍ତଙ୍କ ଭିତରୁ ଯଦି କିଏ ଅଲଗା ରହିବାକୁ ଅମଙ୍ଗ ହେଉଛି ତେବେ ତାଙ୍କୁ ଜେଲ୍ ଦଣ୍ଡ ଭୋଗିବା ପାଇଁ ଆଦେଶ ଦେଇଛନ୍ତି ସରକାର। ଇଟାଲୀରେ ଏହିଭଳି ଆଦେଶ କେବଳ କିଛି ସମ୍ବେଦନଶୀଳ ଘଟଣାକୁ ନିୟନ୍ତ୍ରଣ କରିବା ଲାଗି ଦିଆଯାଇଥାଏ। ବିଶେଷକରି ସାମ୍ପ୍ରଦାୟିକ ଦଙ୍ଗା ସମୟରେ ଏମିତି ଜେଲ୍ ଦଣ୍ଡାଦେଶ ସରକାର ଦେଇଥାଆନ୍ତି। କିନ୍ତୁ ପ୍ରଥମଥର ପାଇଁ ଦେଶର ନାଗରିକମାନଙ୍କୁ କରୋନା ଭୁତାଣୁ ଆକ୍ରମଣରୁ ରକ୍ଷା କରିବା ଲାଗି ସରକାର ଏମିତି ଏକ ପଦକ୍ଷେପ ନେବାକୁ ବାଧ୍ୟ ହୋଇଛନ୍ତି। ଖାଲି ଇଟାଲୀ ନୁହେଁ, ସାରା ବିଶ୍ଵରେ ନୋଭେଲ୍ କରୋନା ଭୁତାଣୁ ଏମତି ଭୟଙ୍କର ଆତଙ୍କ ସୃଷ୍ଟି କରିଛି ଯେ କୌଣସି ଦେଶକୁ ଅନ୍ୟ ଏକ ଦେଶର ନାଗରିକ ଯିବା ପାଇଁ ଆଗ୍ରହ ଦେଖାଉ ନାହାନ୍ତି। ପୁଣି ସମ୍ପୃକ୍ତ ଦେଶଗୁଡିକ ମଧ୍ୟ ବିଦେଶୀ ନାଗରିକଙ୍କୁ ପର୍ଯ୍ୟଟକ ଭାବେ ନେବାଲାଗି ପ୍ରତିବନ୍ଧକ ଲଗାଇଛନ୍ତି। ଏହାଦ୍ଵାରା ଅନେକ ଦେଶରେ ପର୍ଯ୍ୟଟନ ବଜାର ବିପର୍ଯ୍ୟସ୍ତ ହୋଇଛି। ଜୀବନଯାତ୍ରା ଉଜୁଡ଼ି ପଡ଼ିଛି।
ଏକ ମହାମାରୀ ବିରୋଧରେ ବିଶ୍ଵଯୁଦ୍ଧ
|
March 13, 2020 |