ଏକ ବର୍ଷର ଛୁଆକୁ ଧରି ମାର ଭିକ୍ଷାବୃତି : ଫେଲ ମାରିଛି ଅପରେସନ ମୁସ୍କାନ
ଏକ ବର୍ଷର ଛୁଆକୁ ଧରି ମାର ଭିକ୍ଷାବୃତି : ଫେଲ ମାରିଛି ଅପରେସନ ମୁସ୍କାନ
Manas Kumar Rout |
April 22, 2019 |

ବଡଚଣା, ୨୨/୪(ସନ୍ଧାନ ନିୟୁଜ/ମାନସ ରାଉତ)-ଛୋଟ ଶିଶୁ ମାନଙ୍କର ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରାକର ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରିଛନ୍ତି । ଅପରେସନ ମୁସ୍କାନ, ବେଟି ବଚାଓ ବେଟ ବଢାଓ ଓ ଅପରେସନ ସ୍ମାଇଲ ଜରିଆରେ ସରକାର ଛୋଟ ଛୋଟ ପିଲାମାନଙ୍କର ଭବିଷ୍ୟତ କିପରି ସୁରକ୍ଷିତ ରହିବ ସେଥି ନିମନ୍ତେ କାର୍ଯ୍ୟ କରୁଛନ୍ତି । ରାଜ୍ୟ ଓ ଜିଲ୍ଲା ସ୍ତରରେ ଶିଶୁ ସୁରକ୍ଷା ୟୁନିଟମାନ କାର୍ଯ୍ୟ କରୁଛି । ମାତ୍ର ଯାଜପୁର ଜିଲ୍ଲାର ପ୍ରମୁଖ ବ୍ୟବସାୟୀସ୍ଥଳରେ ଥିବା ହୋଟେଲ ମିଡଇଷ୍ଟ ସମ୍ମୁଖରେ ଏକ ଛୋଟ ଛୁଆକୁ ଧରି ମା ଭିକ୍ଷା ବୃତି କରୁଥିବାର ଦୃଶ୍ୟ ଦେଖିଲେ ସରକାରଙ୍କର ଏହିସବୁ ଯୋଜନା କେଉଁଠି ନା କେଉଁଠି ଫେଲ ମାରିଛି ବୋଲି କହିବାକୁ ପଡିବ । ପ୍ରଚଣ୍ଡ ଖରାତାତିରେ ଲୋକମାନେ ଘରୁ ପଦାକୁ ଆସୁନଥିବା ବେଳେ ଦୁଇ ବର୍ଷର ଶିଶୁଟିକୁ ଧରି ମାଟି ପ୍ରତିଦିନ ଭିକ୍ଷାବୃତି କରୁଥିବାର ଦେଖିବାକୁ ମିଳୁଛି । ଯେଉଁ ବୟସରେ ଛୋଟ ଛୁଆଙ୍କର ଶାରିରୀକ ଓ ମାନସିକ ଅଭିବୃଦ୍ଧି ହେବା କଥା ସେ ବୟସରେ ଫୁଙ୍ଗୁଳା ଦେହରେ ୪୦ଡିଗ୍ରୀ ତାପମାତ୍ରାରେ ମାଟି ଛୁଆକୁ ଦେଖାଇ ଭିକ୍ଷାବୃତି କରୁଛି । ହୋଟେଲକୁ ଆସୁଥିବା ବହୁ ଆଗନ୍ତୁକ ଛୁଆଟିର ମୁହଁକୁ ଅନାଇ କିଛି କିଛି ଅର୍ଥ ପ୍ରଦାନ କରୁଛନ୍ତି । ଯାହାକୁ ନେଇ ମା ତାର ଗୁଜୁରାଣ ମେଂଟାଉଛି । କିନ୍ତୁ ଛୁଆଟି ଖରା ତାତିରେ ସିଝି ଛଟପଟ ହେଉଥିବାର ଦେଖାଯାଉଛି । ସରକାରଙ୍କର ଯୋଜାନକୁ ପ୍ରଣୟନ କରୁଥିବା ବଡ ବଡ ବାବୁ ମାନେ ହୋଟେଲକୁ ଆସି ଛୁଆଟିକୁ କିଛି ଅର୍ଥ ଦେଇ ନିରଜ କର୍ତବ୍ୟକୁ ଭୁଲି ଯାଉଛନ୍ତି । ଏହିସବୁ ପିଲାମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଥାଇଥାନା କରିବା ଦାୟିତ୍ୱ ନେଇଥିବା ଜିଲ୍ଲାରେ ଥିବା ଶିଶୁ ସୁରକ୍ଷା ୟୁନିଟ ମଧ୍ୟ ଆଜି ପର୍ଯ୍ୟନ୍ତ ଶିଶୁଟିକୁ ଉଦ୍ଧାର କରିପାରିଲା ନାହିଁ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦୃଢ ଦାବୀ ହେଉଛି । ଏ ସଂପର୍କରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କରଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ଯୋଗାଯୋଗ ହୋଇପାରି ନଥିଲା ।
Related Posts
About The Author