ଏକ ପରିତ୍ୟକ୍ତ କୂଅରୁ ନାବାଲିକାର ମୃତଦେହ ଉଦ୍ଧାର, ଘଟଣା ସନ୍ଦେହ ଘେରରେ

Spread the love

ସୁନ୍ଦରଗଡ଼ ତା:୨୫/୧୧/୨୦୨୧( ସନ୍ଧାନ ନିଉଜ/ ରାଜୁ ପଟେଲ ) ହେମଗିର ଥାନା ଅନ୍ତର୍ଗତ ବଲିଙ୍ଗା ଫାଣ୍ଡି ଅଧୀନରେ ଥିବା ଜାମଝରିଆ ଗ୍ରାମର ଏକ ପରିତ୍ୟକ୍ତ କୂଅରୁ ଏକ ନାବାଲିକାର ମୃତ ଦେହ ଉଦ୍ଧାର କରାଯାଇଛି । ଗତ ରବିବାରରୁ ନାବାଳିକା ନିଖୋଜ ଥିବାବେଳେ ଆଜି ତାଙ୍କ ଶବକୁ ବଲିଙ୍ଗା ଥାନା ଅଧିକାରୀ ସୁମନ୍ତ ନାଏକ ଅଗ୍ନିସମ ବିଭାଗଙ୍କ ସହାୟତାରେ ଉଦ୍ଧାର କରିଛନ୍ତି । ଶବ ଉଦ୍ଧାର କରି ତାକୁ ବ୍ୟବଛେଦ ପାଇଁ ପଠାଇଥିଲେ । ସୂଚନା ଅନୁଯାୟୀ ମୃତଜ ନାବାଳିକା ତାଙ୍କ କିଛିଦିନ ତଳେ ତାଙ୍କ ଭଉଣୀ ଭେଣେଇ ଘରକୁ ଆସିଥିଲେ ।
ରାତ୍ରି ଭୋଜନ କରିବା ପରେ ସେ ତାଙ୍କ ଭଉଣୀଙ୍କ ପିଲାମାନଙ୍କ ସହିତ ଅନ୍ୟ କୋଠରୀରେ ଶୋଇଥିବା ବେଳେ ସେହି ରାତିରୁ ସେ ନିଖୋଜ ଥିବା ଜଣାପଡିଥିଲା । ଆଜି ତାଙ୍କ ଶବ ଏକ ପରିତ୍ୟକ୍ତ କୂଅରେ ଭାସୁଥିବା ଦେଖି ଗ୍ରାମବାସୀ ପୋଲିସକୁ ସୂଚନା ଦେଇଥିଲେ । ପାରିପାର୍ଶ୍ବିକ ପରିବେଶରୁ କିଛି ତଥ୍ୟ ମିଳି ନ ଥିବା ବେଲେ ଶବ ବ୍ୟବଛେଦ ରିପୋଟ ଆସିବାପରେ ଘଟଣା ସ୍ପଷ୍ଟ ହେବବୋଲି ବଲିଙ୍ଗା ଫାଣ୍ଡି ଅଧିକାରୀ
ସୁମନ୍ତ ନାଏକ ପ୍ରକାଶ କରିଛନ୍ତି । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

Related Posts

About The Author

Add Comment