ବିଶୋଇ, ୩୦/୯ (ସନ୍ଧାନ ନ୍ୟୁଜ୍/ ଲିଙ୍ଗରାଜ ପଣ୍ଡା): ଲୁହରେ ଭିଜୁଛି। ବିଶୋଇ ବ୍ଲକ୍ ଅଶନଶିଖର ଗାଁ କାନ୍ଦ ବୋବାଳିରେ ଫାଟିପଡୁଛି ପରିବେଶ ନିଜ ବାପା ମା’ଙ୍କୁ ହରାଇ ଭୂଇଁରେ ଲୋଟୁଛନ୍ତି ୩ ଅନାଥ ପିଲା। ସାହିଭାଇ କାହା ଆଖିରୁ ଲୁହ । ଶୁଖୁନି । ଗତକାଲି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଏହି ଗାଁର ସବାତ୍ରୀ ମୁଣ୍ଡା ଓ ଶୁକ୍ରା ମୁଣ୍ଡାଙ୍କ ଜୁଇ ଆଜି ଏକାସଙ୍ଗେ ଗାଁ ଶ୍ମଶାନରେ ଜଳିଛି। ସୂଚନାଯୋଗ୍ୟ, ଗତକାଲି ବିଶୋଇ ବ୍ଲକ୍ ସାରନା ଛକ ନିକ ନମ୍ବର ରାଜ୍ୟ ରାଜପଥ କଡ଼ରେ ବାଇକ୍ ରଖି ଛିଡ଼ା ହୋଇଥିବା ଏନ୍.ବି ପୋଖରୀଆ ପଞ୍ଚାୟତ ଅଶନଶିଖର ଗ୍ରାମର ଅଙ୍ଗନବାଡ଼ି କର୍ମୀ ସାବିତ୍ରୀ ମୁଣ୍ଡା(୪୦) ଓ ତାଙ୍କ ସ୍ଵାମୀ ଶୁକ୍ରା(୫୦)ଙ୍କର ଏକ ଟ୍ରକ୍ ଧକ୍କାରେ ଶୋଚନୀୟ ମୃତ୍ୟୁ ଘଟିଥିଲା । ସାଙ୍ଗରେ ଥିବା ଅନ୍ୟଜଣେ ମହିଳା ଗୁରୁତର ଆହତ ହୋଇଥିଲେ । ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ବ୍ୟବଚ୍ଛେଦ ପରେ ଆଜି ଉଭୟଙ୍କ ମୃତଦେହ ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି।
ସାବିତ୍ରୀ ଓ ଶୁକ୍ରାଙ୍କ ଅକାଳ ମୃତ୍ୟୁ ପରେ ବେସାହାରା ହୋଇପଡ଼ିଛନ୍ତି ଝିଅ ରୀନା(୧୭), ପୁଅ ସତ୍ୟରଞ୍ଜନ(୧୫) ଓ ଶିବ(୧୧)। ବଡ଼ଝିଅ ପୂର୍ବରୁ ବାହା ହୋଇ ଶାଶୂଘରେ ରହୁଛନ୍ତି। ଝିଅ ରୀନା ପାଠ ଅଧାରୁ ଛାଡ଼ି ଘରେ ଥିବା ବେଳେ ସତ୍ୟରଞ୍ଜନ ବିଶୋଇ ସରକାରୀ ଉଚ୍ଚ ବିଦ୍ୟାଳୟର ୧୦ମ ଶ୍ରେଣୀ ଓ ଶିବ ବିଶୋଇ ନୋଡାଲ ଉପ୍ରା ବିଦ୍ୟାଳୟରେ ୭ମ ଶ୍ରେଣୀର ଛାତ୍ରା ଅଙ୍ଗନବାଡ଼ି କର୍ମୀ ଭାବେ କାର୍ଯ୍ୟ କରୁଥିବା ସାବିତ୍ରୀ ଓ ‘ଚାଷବାସ କରୁଥିବା ଶୁକ୍ରା କୌଣସି ମତେ ପରିବାର ଚଳାଇ ନେବା ସହ ପିଲାଙ୍କୁ ପାଠ ପଢ଼ାଉଥିଲେ। ହେଲେ ସେମାନଙ୍କ ମୃତ୍ୟୁ ପରେ ପିଲାମାନଙ୍କ ଭବିଷ୍ୟତ ଏବେ ଅନ୍ଧାରରେ ଚଳ ଛପର ଘରେ ବୃଦ୍ଧା ଜେଜେମାଙ୍କ ସହ ଏକ ଅନିଶ୍ଚିତ ଭବିଷ୍ୟତକୁ ସାମ୍ନା କରୁଛନ୍ତି ୩ ଭାଇ ଭଉଣୀ । ବିଶୋଇ ସମନ୍ବିତ ଶିଶୁ ବିକାଶ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଶେଷକୃତ୍ୟ ପାଇଁ ସ୍ବଳ୍ପ ଆଥିକ । ସହାୟତା ମିଳିଥିଲେ ହେଁ ପିଲାମାନଙ୍କ ଭରଣପୋଷଣ । ଓ ପାଠପଢ଼ାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ଗ୍ରାମବସୀ | ପ୍ରଶାସନ ଏହି ୩ ବେସାହାରା ଭାଇ ଭଉଣୀଙ୍କୁ ସହାୟତାର ହାତ ବଢ଼ାଇବାକୁ ଗ୍ରାମବାସୀ ନିବେଦନ କରିଛନ୍ତି ।



