ଋଷି କୁମାର ଶୁକ୍ଳା ସିବିଆଇର ନୂଆ ନିର୍ଦ୍ଦେଶକ

Spread the love

ନୂଆଦିଲ୍ଲୀ, ୨/୨ (ସନ୍ଧାନ ନିୟୁଜ) : ୧୯୮୩ ବ୍ୟାଚର ମଧ୍ୟପ୍ରଦେଶ କ୍ୟାଡର ଆଇପିଏସ୍ ଅଫିସର ଋଷି କୁମାର ଶୁକ୍ଳା ନୂଆ ସିବିଆଇ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି । ତାଙ୍କ କାର୍ଯ୍ୟକାଳ ୨ ବର୍ଷ ରହିବ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ୩ ଜଣିଆ ଚୟନ କମିଟି ତାଙ୍କ ନାମରେ ମୋହର ମାରିଛି । ଏହି କମିଟିରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ଓ ସୁପ୍ରିମକୋର୍ଟ ମୁଖ୍ୟବିଚାରପତି ରଞ୍ଜନ ଗୋଗୋଇ ସଦସ୍ୟ ଅଛନ୍ତି ।

ଗତକାଲି ନୂତନ ସିବିଆଇ ନିର୍ଦ୍ଦେଶକ ଚୟନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲେ ମଧ୍ୟ ନୂତନ ନିର୍ଦ୍ଦେଶକ ଚୟନ ନିଷ୍ପତ୍ତି ହୋଇପାରି ନଥିଲା । ଏହା ପୂର୍ବରୁ ୨୪ ତାରିଖରେ ମଧ୍ୟ ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରଥମ ବୈଠକରେ କମିଟି ସଦସ୍ୟ କଂଗ୍ରେସ ନେତା ମଲ୍ଲିକାଜୁର୍ନ ଖଡ଼ଗେ ସମସ୍ତ ପ୍ରାର୍ଥୀଙ୍କ ସଂପର୍କରେ ବିସ୍ତୃତ ବିବରଣୀ ତର୍ଜମା କରିବେ ବୋଲି କହିଥିଲେ। ଏହି କମିଟିରେ ଅନ୍ୟତମ ସଦସ୍ୟ ହେଲେ ସୁପ୍ରିମ୍ କୋର୍ଟର ପ୍ରଧାନ ବିଚାରପତି ରଂଜନ ଗୋଗଇ। ୨୪ ଦିନ ଧରି ସିବିଆଇ ନିର୍ଦ୍ଦେଶକ ପଦବି ଖାଲି ପଡ଼ିଥିବାରୁ ଏଥିରେ ଉଦବେଗ ପ୍ରକାଶ କରି ଗତକାଲି ସୁପ୍ରିମ୍ କୋର୍ଟ କେନ୍ଦ୍ର ସରକାରଙ୍କୁ ଏ ବାବଦରେ ତତ୍କାଳ ପଦକ୍ଷେପ ନେବାକୁ କହିଥିଲେ ।

ନବନିଯୁକ୍ତ ସିବିଆଇ ନିର୍ଦ୍ଦେଶକ ଋଷି କୁମାର ଶୁକ୍ଳା ବର୍ତ୍ତମାନ ମଧ୍ୟପ୍ରଦେଶ ପୁଲିସ ହାଉସିଂ କର୍ପୋରେସନର ଅଧ୍ୟକ୍ଷ ଅଛନ୍ତି। ଏହା ପୂର୍ବରୁ ସେ ମଧ୍ୟପ୍ରଦେଶର ପୁଲିସ ଡିଜି ଭାବେ କାର୍ଯ୍ୟ କରିଥିଲେ।

Related Posts

About The Author

Add Comment