ଋଷର ଆକ୍ରମଣରେ ୨,୦୦୦ ରୁ ଅଧିକ ୟୁକ୍ରେନ ନାଗରିକ ନିହତ ହେଲେଣି – ୟୁକ୍ରେନ ଅଧିକାରୀ ଦେଲେ ସୂଚନା

Spread the love
ନୂଆଦିଲ୍ଲୀ, (ସନ୍ଧାନ ନିଉଜ) ଋଷର ୟୁକ୍ରେନ ଆକ୍ରମଣରେ ୨,୦୦୦ ରୁ ଅଧିକ ୟୁକ୍ରେନ ନାଗରିକ ପ୍ରାଣ ହରାଇଛନ୍ତି। ଏ ନେଇ ୟୁକ୍ରେନ୍ ପକ୍ଷରୁ ସୂଚନା ଦିଆଯାଇଛି। ଏଥି ସହିତ ପରିବହନ ସୁବିଧା, ଡାକ୍ତରଖାନା, ଶିଶୁ ଉଦ୍ୟାନ ଏବଂ ଘର ସମେତ ଶହ ଶହ ବିଲ୍ଡିଂ ନଷ୍ଟ ହୋଇଯାଇଛି ବୋଲି ୟୁକ୍ରେନର ଜରୁରୀକାଳୀନ ସେବା ବୁଧବାର ଦିନ କହିଛି।

ସେହିପରି ଏକ ବିବୃତ୍ତିରେ କୁହାଯାଇଛି ଯେ ଶିଶୁ, ମହିଳା ଏବଂ ପ୍ରତିରକ୍ଷା ବାହିନୀ ପ୍ରତି ଘଣ୍ଟାରେ ପ୍ରାଣ ହରାଉଛନ୍ତି। ବୁଧବାର ଋଷ କହିଛି ଯେ ସେମାନେ ୟୁକ୍ରେନ୍‌ର ବନ୍ଦର ସହର ଖର୍ସନକୁ ନିଜ ଦଖଲକୁ ନେଇଛନ୍ତି । ତେବେ ୟୁକ୍ରେନୀୟମାନେ କହିଛନ୍ତି ଯେ ଖର୍ସନ ବନ୍ଦରରେ ସେମାନେ ଯୁଦ୍ଧ କରୁଛନ୍ତି ।

ପ୍ରାୟ ଏକ ସପ୍ତାହ ପରେ, ଋଷ ୟୁକ୍ରେନ ସରକାରକୁ ଧ୍ୱଂସ କରିବାର ଲକ୍ଷ୍ୟ ହାସଲ କରିପାରି ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି । ସେପଟ ପାଶ୍ଚାତ୍ୟ ଦେଶଗୁଡିକ ଚିନ୍ତିତ ଅଛନ୍ତି ଯେ ଋଷର ସୈନ୍ୟବାହିନୀ ବର୍ତ୍ତମାନ ସହରକୁ ବିସ୍ଫୋରଣ କରିବାକୁ ଚେଷ୍ଟା କରୁଛନ୍ତି। ବର୍ତ୍ତମାନ ଋଷ ସେନା ଖାର୍ଭିକ୍ ସହର ଉପରେ ଯୋରଦାର ବୋମା ବର୍ଷଣ କରୁଛନ୍ତି ।

Related Posts

About The Author

Add Comment