ଋଣ ଦୁର୍ନୀତି କରି ପୂର୍ବତନ SBI ଅଧ୍ୟକ୍ଷ ଗିରଫ

Spread the love

ନୂଆଦିଲ୍ଲୀ,୦୨/୧୦ (ସନ୍ଧାନ ନିଉଜ) ଏସବିଆଇ ପୂର୍ବତନ ଅଧ୍ୟକ୍ଷ ପ୍ରତୀପ ଚୌଧୁରୀଙ୍କ ନାମରେ ସଙ୍ଗୀନ ଅଭିଯୋଗ । ଋଣ ଦୁର୍ନୀତି କରି ଗିରଫ ହେଲେ ପ୍ରତୀପ୍ ଚୌଧୁରୀ ।  ଆଜି ଜୈସଲମେର ପୋଲିସ୍ ତାଙ୍କୁ ତାଙ୍କ ଦିଲ୍ଲୀ ବାସଭବନରୁ ଗିରଫ କରିଛି । ସୂଚନା ଅନୂଯାଇ ପ୍ରତୀପ୍ ନିଜ କାର୍ଯ୍ୟକାଳ ସମୟରେ ଏକ ବିରାଟ ଋଣ ଦୁର୍ନୀତି କରିଥିଲେ ଯାହା ବର୍ତ୍ତମାନ ପଦାରେ ପଡିବା ପରେ ତାଙ୍କୁ ଗିରଫ କରାଯାଇଛି । ୨୦୦୮ରେ ହୋଟେଲ ନିର୍ମାଣ ପାଇଁ ଗୋଦାବନ ଗ୍ରୁପ ଏସବିଆଇରୁ ୨୪ କୋଟି ଟଙ୍କା ଋଣ ନେଇଥିଲା । ଋଣ ନେବା ବଦଳରେ ଗୋଦାବନ ଗ୍ରୁପ ପକ୍ଷରୁ ସମ୍ପତ୍ତିକୁ ବନ୍ଧକ ରଖାଯାଇଥିଲା । ତେବେ ଏହି ଗ୍ରୁପ ଠିକ୍ ସମୟରେ ଋଣ ପରିଶୋଧ କରିବାରେ ଅସମର୍ଥ ହୋଇଥିଲା, ଏହି କାରଣରୁ ସମ୍ପତ୍ତିକୁ ବ୍ୟାଙ୍କ ଦ୍ୱାରା ଜବତ କରାଯାଇଥିଲା । ସେହି ସମୟରେ ପ୍ରତୀପ ଚୌଧୁରୀ ୨୦୦ କୋଟି ଟଙ୍କାର ସମ୍ପତ୍ତି ୨୫ କୋଟିରେ ବିକ୍ରି କରିଥିବା ଅଭିଯୋଗ ହୋଇଥିଲା ।ଗୋଦାବନ ଗ୍ରୁପର ଅଭିଯୋଗ ମୁତାବକ ପ୍ରତୀପ ଚୌଧୁରୀ ଏହି ସମ୍ପତ୍ତିକୁ ବଜାର ମୂଲ୍ୟଠାରୁ କମ୍ ମୂଲ୍ୟରେ ବିକ୍ରି କରିଥିବା ଅଭିଯୋଗ କରିଥିଲା । ଅନ୍ୟପଟେ ୨୦୧୭ ମସିହାରେ ଆଲକେମିଷ୍ଟ ଆସିଟ୍ କମ୍ପାନୀ (ଆର୍ସି)କୁ ବିକ୍ରି ସେହି ସମ୍ପତି ବିକ୍ରି କରିଥିଲେ ପ୍ରତୀପ୍ ଚୌଧୁରୀ ।ତେବେ ଏହି ସମ୍ପତ୍ତିର ମୂଲ୍ୟ ୧୬୦ କୋଟି ଟଙ୍କା ଥିଲା । ଯାହାର ବର୍ତ୍ତମାନ ମୂଲ୍ୟ ୨୦୦ କୋଟି ଟଙ୍କା ବୋଲି କୁହାଯାଉଛି ।

Related Posts

About The Author

Add Comment