ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତପା ଦେଲେ ଅଜିତ ପାୱାର

Spread the love

ନୂଆ ଦିଲ୍ଲୀ,୨୬/୧୧ (ସନ୍ଧାନ ନିଉଜ) : ମହାରାଷ୍ଟ୍ରର ନାଟକର ନୂତନ ଅଧ୍ୟାୟ ଧିରେ ଧିରେ ଲେଖାଯାଉଛି। ପ୍ଲୋର ଟେଷ୍ଟ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତପା ଦେଇଛନ୍ତି ଅଜିତ ପାୱାର।

ସୂଚନାଯୋଗ୍ୟଯେ, ମହାରାଷ୍ଟ୍ର ମାମଲାରେ ସୁପ୍ରିମ କୋର୍ଟରେ ଶୁଣାଣି ଗତକାଲି ଶେଷ ହେବାପରେ ରାୟ ସଂରକ୍ଷିତ ରଖାଯାଇଥିଲା। ତେବେ ଆଜି ସୁପ୍ରିମ କୋର୍ଟ ଏହି ମାମଲାରେ ରାୟ ଦେଇ କହିଛନ୍ତିଯେ, ଆସନ୍ତାକାଲି ସନ୍ଧ୍ୟା ୫ ଟା ପୂର୍ବରୁ ହେବ ବହୁମତ ପରୀକ୍ଷା। ବହୁମତ ପରୀକ୍ଷାର ହେବ ସିଧା ପ୍ରସାରଣ। ପ୍ରଥମେ ବିଧାୟକ ଶପଥ ନେବା ପରେ ହେବ ବହୁମତ ପରୀକ୍ଷା। ବିଧାୟକମାନଙ୍କ ଶପଥ ଗ୍ରହଣ ପରେ ବିଧାନସଭାରେ ବିଧାୟକମାନଙ୍କର ଓପନ୍‌ ବାଲଟରେ ଆସ୍ଥା ଭୋଟ କରିବାକୁ ସୁପ୍ରିମ କୋର୍ଟ ନିର୍ଦେଶ ଦେଲେ। ସୁପ୍ରିମ୍‌କୋର୍ଟରେ ଶିବସେନା-ଏନ୍‌ସିପି-କଂଗ୍ରେସ ପକ୍ଷରୁ କରାଯାଇଥିବା ଆବେଦନର ବିଚାର କରି ବିଚାରପତି ଏନ୍‌.ଓ୍ବି. ରମନା, ଅଶୋକ ଭୂଷଣ ଏବଂ ସଞ୍ଜିବ୍‌ ଖାନ୍ନାଙ୍କ ଦ୍ୱାରା ଗଠିତ ତିନି ଜଣିଆ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି।

Related Posts

About The Author

Add Comment