ବାଲେଶ୍ଵର,ସୋର, ୧୪/୯ (ସନ୍ଧାନ ନ୍ୟୁଜ୍/ଲିଙ୍ଗରାଜ ପଣ୍ଡା): ଉନ୍ନୟନ କାର୍ଯ୍ୟର ବିଲ୍ ହେଉ ନଥିବାରୁ ସୋର ବ୍ଲକ, ଅନନ୍ତପରୁ ସରପଞ୍ଚ ପଞ୍ଚାୟତିରାଜ ବିଭାଗ ସଚିବଙ୍କୁ ପତ୍ର ଜରିଆରେ ଅଭିଯୋଗ କରିଛନ୍ତି । ଅନନ୍ତପୁର ପଞ୍ଚାୟତର ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ବ୍ଳକ ପକ୍ଷରୁ ବିଲ୍ ହେଉ ନଥିବାରୁ ସେ ଖୁବଶୀଘ୍ର ସେ ଅନଶନ କରିବେ ବୋଲି ଜଣାଇଛନ୍ତି । ସରପଞ୍ଚ ବିଶ୍ଵନାଥ ବେହେରା ପଞ୍ଚାୟତିରାଜ ବିଭାଗ ସଚିବଙ୍କୁ ପଠାଇଥିବା ଅଭିଯୋଗରେ କରସାହି ରାସ୍ତ ଏସପିଏଫ ପାଣ୍ଡିରୁ ଆସିଥିବା ଅନୁଦାନ ୫ ଲକ୍ଷ ଟଙ୍କା କାମର ଅର୍ଥ ମିଳୁନାହିଁ । ଅଇଁରୀହାଟ ପୋଖରୀ ଦଳ ସଫେଇ, ବେଲପୁର ରଣାସାହି ଗାଧୁଆ ତୁଠ, ଅଇଁରୀ ଏମଇ ସ୍କୁଲ ମରାମତି କାର୍ଯ୍ୟର ଅର୍ଥ ମିଳିନାହିଁ । ସେହିପରି ଅନନ୍ତପୁରରୁ ତେଣ୍ଡେଇ ଏବଂ ଅନନ୍ତପୁରରୁ ମୂଳକାଇଦାର ଚାରା ରୋପଣର ମୋଷ୍ଟର ରୁଲ ବାହାର କରି ରଦ୍ଦ କରାଯାଇଥିବା ସମ୍ପର୍କରେ ସରପଞ୍ଚ ଅଭିଯୋଗ କରିଛନ୍ତି । ବ୍ଲକ ପକ୍ଷରୁ କାର୍ଯ୍ୟାଦେଶ ଦିଆଯାଇ ସାତଟି ପ୍ରକଳ୍ପର କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ଏହାକୁ ସ୍ଥାନାନ୍ତର କରାଯାଇଛି । କଲ୍ୟାଣ ଯୋଜନାରୁ ହିତାଧୂକାରୀଙ୍କୁ ବାଦ୍ ଦିଆଯାଉଛି । ସ୍ୱଚ୍ଛ ଭାରତ ପାଇଖାନା ଯୋଜନାରୁ ଆଠ ଶହ ହିତାଧୁକାରୀ ବଞ୍ଚିତ ହୋଇଛନ୍ତି ସେହିପରି ପଲ୍ଲୀସଭା ଓ ଗ୍ରାମସଭାରେ ହାତଗଣତି ହିତାଧିକାରୀଙ୍କ ନାମ ପଞ୍ଜିକୃତ କରି ସ୍ଥିରୀକୃତ ନିୟମକୁ ଉଲଙ୍ଘନ କରାଯାଇଥିବା ସରପଞ୍ଚ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି । ଅନନ୍ତପୁର ସାପ୍ତାହିକ ହାଟରେ ନିର୍ମିତ ଜିଲା ପରିଷଦ ହରିଜନ ପାଣ୍ଡିର ଦୋକାନ ଗୃହଗୁଡିକୁ ବଣ୍ଟନ କରାଯାଇ ନଥିବା ଅଭିଯୋଗ କରିଥିଲେ । ପ୍ରବାସୀ ଓଡିଆମାନେ ମନରେଗା ଯୋଜନାରେ ସନ୍ତୁଆ ପୋଖରୀରେ ମାଟି କାମ କରି ସେମାନଙ୍କ ମଜୁରୀ ପାଇ ନଥିବା ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ବୁକର ସହକାରୀ ଯନ୍ତ୍ରୀ ତରୁଣ ନନ୍ଦି କୌଣସି ଉତ୍ତର ଦେଉ ନଥିବାବେଳେ ବିଡ଼ିଓ ସୁଶାନ୍ତ ବାରିକ ପ୍ରଶାସନ ଅସହଯୋଗ କରୁନାହିଁ ବୋଲି କହୁଛନ୍ତି । ତେବେ ପୁରୁଣା ବିଲ୍ ସମ୍ପର୍କରେ ଜିଲ୍ଲାର ବିଭାଗୀୟ କର୍ତ୍ତୁପକ୍ଷଙ୍କୁ ଜଣାଇ ଦିଆଯାଇଥିବା କହିଛନ୍ତି ।
ଉନ୍ନୟନ କାର୍ଯ୍ୟର ବିଲ୍ ହେଉନି, ସରପଞ୍ଚ ଙ୍କ ଅନଶନ ଧମକ
|
September 13, 2020 |