କପ୍ତିପଦା, ୨୧ /୯ (ସନ୍ଧାନ ନ୍ୟୁଜ୍) :-ମୟୂରଭଞ୍ଜ ଜିଲା କପ୍ତିପଦା ଅଧୀନ ପିଙ୍କୁ ପଞ୍ଚାୟତରେ ୨୦୧୯- ୨୦ ଆର୍ଥିକ ବର୍ଷରେ ପଞ୍ଚାୟତ ସମିତି ପକ୍ଷରୁ ଏଏନ୍ଆରଇଜିଏ ପ୍ରକଳ୍ପ ଅନୁମୋଦନ ହୋଇଛି । ପ୍ରକଳ୍ପଗୁଡିକରେ କାମ ଆରମ୍ଭ ହୋଇଥିବା ବେଳେ ବ୍ୟାପକ ଅନିୟମିତତା କରାଯାଉଥିବା ନେଇ ଗ୍ରାମବାସୀ ବିଡିଓ ଓ ସହକାରୀ ଯନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି। ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ସହକାରୀ ଯନ୍ତୀ ସଦାଶିବ ବେହେରା କାର୍ଯ୍ୟସ୍ଥଳକୁ ଯାଇ ତଦାରଖ କରିଛନ୍ତି।
ଏ ସଂକ୍ରାନ୍ତରେ ଜିଲାପାଳ ଓ ବ୍ଲକ ପ୍ରଶାସନକୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଏପରିକି ଠିକାଦାର ଓ ଅଭିଯୋଗକାରୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇ ପୃଥକ ମାମଲା ରୁଜୁ ହୋଇଛି । ଏହାପରେ ମଧ୍ୟ ପ୍ରଶାସନ ନିଦାବିଷ୍ଣୁ ସାଜିଛି । ପ୍ରଶାସନ ଯଦି ଏହାର ବିବଦ୍ଧ ତଦନ୍ତ କରି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରେ ତେବେ ଗ୍ରାମବାସୀ ମୁଖ୍ୟମନ୍ତ୍ରୀ, ଲୋକୟୁକ୍ତ, ଜିଲାପାଳ ଓ ଭିଜିଲାନ୍ସର ଦ୍ବାରସ୍ଥ ହେବେ ବୋଲି ପ୍ରକାଶ କରିଛନ୍ତି । ଅନୁମୋଦନ ହୋଇଥିବା ୭ଟି କାମ ହେଲା ପିଙ୍କୁ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଭୋଳାନାଥଙ୍କ ଘର ପର୍ଯ୍ୟନ୍ତ ଟ୍ରେନ ନିର୍ମାଣ, ପିଙ୍କୁ ବନ୍ଦାରବଣୀ ଛକଠାରୁ ଆର.ଡି ରାସ୍ତା ପର୍ଯ୍ୟନ୍ତ ପ୍ରେନ ନିର୍ମାଣ, ଜଗବନ୍ଧୁଙ୍କ ଘରଠାରୁ ପିଙ୍କୁ ଶିବ ମନ୍ଦିର ପର୍ଯ୍ୟନ୍ତ ଟ୍ରେନ ନିର୍ମାଣ, ଦେଶବନ୍ଧ ଗ୍ରାମରେ ଟ୍ରେନ ନିର୍ମାଣ, ଶଶିଧର ବେହେରାଙ୍କ ଘରଠାରୁ ଭାସ୍କର ବେହେରାଙ୍କ ଘର ପର୍ଯ୍ୟନ୍ତ ପ୍ରେନ ନିର୍ମାଣ, ଅସନବଣୀ ଅନ୍ତର୍ଯ୍ୟାମୀଙ୍କ । ଘରଠାରୁ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ଟ୍ରେନ ନିର୍ମାଣ ଓ ଟୁଇଁପୋଷି ହାଟଲିଙ୍ଗ ସାହିରେ ଡେନ ନିର୍ମାଣ ରହିଛି । ପ୍ରତି କାମରେ ୯ଲକ୍ଷ ଟଙ୍କା ବ୍ୟୟ ଅଟକଳ ଥିବା ବେଳେ ଏହା ୬୦ ପ୍ରତିଶତ ଶ୍ରମିକ ଓ ୪୦ ପ୍ରତିଶତ ମେଟେରିଆଲ ବାବଦରେ ଖର୍ଚ୍ଚ ହେବ ବୋଲି ବିଭାଗ ସୂତ୍ରରୁ ଜଣାଯାଇଛି। ପିଙ୍ଗୁ ଗ୍ରାମରେ ଥିବା କାମଗୁଡିକରେ ସମସ୍ତ ସ୍ଥାନରେ କଂକ୍ରିଟ ଡେନ ସହିତ କଂକ୍ରିଟ ରାସ୍ତା ରହିଛି। ମାତ୍ର ଆବଶ୍ୟକ ନ ଥାଇ ଭଲଥିବା ପୁରୁଣା ଟ୍ରେନଗୁଡିକୁ ଭାଙ୍ଗି ନୂତନ ଟ୍ରେନ କାମ ଆରମ୍ଭ ହୋଇଛି। କାମ ଆରମ୍ଭ ପୂର୍ବରୁ ଯନ୍ତ୍ରୀ କାମଗୁଡିକର ଫଟୋ ଉଠାଇ ଅପଲୋଡ କରିବା ପରେ ସହକାରୀ ଯନ୍ତ୍ରୀ ଏହାର ଫିଜିବିଲିଟି ଦେଖି ଜିଓଟୋଗ କରିବାର ନିୟମ ରହିଛି । ମାତ୍ର ତାହା ଠିକ୍ ଭାବେ କରାଯାଇ ନ ଥିବାର ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସମ୍ପର୍କରେ ସହକାରୀ ଯନ୍ତ୍ରୀ ସଦାଶିବ ବେହେରାଙ୍କୁ ପଚାରିବାରୁ ଅନିୟମିତତାକୁ ପ୍ରଶୟ ଦିଆଯିବ ନାହିଁ। କାମଗୁଡିକୁ ଠିକ୍ ଭାବେ ଦେଖିବା ପରେ ଯାହା କିଛି କରାଯିବ ବୋଲି କହିଛନ୍ତି । କପ୍ତିପଦା ବିଡ଼ିଓ ସତ୍ୟନାଥ ନାଏଙ୍କୁ ପଚାରିବାରୁ ଅଭିଯୋଗ ସମ୍ପର୍କରେ ବୁଝିବେ ବୋଲି କହିଛନ୍ତି ।