ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ

Spread the love

ଜଳେଶ୍ୱର ୨୫/୮/୨୦(ଲିଙ୍ଗରାଜ ପଣ୍ଡା) :- କେନ୍ଦ୍ର ସରକାରଙ୍କ ଏମଏସଏମଇ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଜଳେଶ୍ଵର ପୂଇଁ ବିଭାଗ ଡାକବଙ୍ଗଳାରେ ଶନିବାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ବିଡ଼ିଓ ଦୀପ୍ତିରଞ୍ଜନ ସେଠୀ ଯୋଗ୍ୟ ହିତାଧୁକାରୀମାନଙ୍କୁ ରାସନ କାର୍ଡ଼ ପ୍ରଦାନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟକୁ ଶୀଘ୍ର ସମ୍ଭ କରିବା, ଅଙ୍ଗନବାଡି କେନ୍ଦ୍ରର ନୂତନ ଗୃହ ନିର୍ମାଣ କାର୍ଯ୍ୟକୁ ଶେଷ କରିବା, ପାନୀୟ ଜଳ ନିମନ୍ତେ ବିଭିନ୍ନ ପଞ୍ଚାୟତରେ ସୁବ୍ୟବସ୍ଥା, ରାଇବଣିଆ ଅଞ୍ଚଳରେ କେନ୍ଦ୍ର ସରକାରଙ୍କ ଦ୍ବାରା ଚାଲିଥିବା ରୁର୍ବାନ ଯୋଜନାରେ ସଠିକ ଅର୍ଥ ବିନିଯୋଗ  କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେହି ପରି ତହସିଲଦାର କ୍ଷୀରୋଦ କୁମାର ପଣ୍ଡାଙ୍କୁ ନାନୌ ସରକାରୀ ଜମିକୁ ଦଖଲ  କରିଥିବା ବ୍ୟକ୍ତିମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜବରଦଖଲ ଉଚ୍ଛେଦ କରିବା, ରାଇବଣି  ଅଞ୍ଚଳରୁ  ଚୋରି କରୁଥିବା ମୋରାମ ମାଫିଆମାନଙ୍କୁ ଗିରଫ କରିବା ଏବଂ ପାଇକସିଦା ପଞ୍ଚାୟତରେ ସରକାରୀ ଜାଗାରେ ପୋଖରୀ ଖୋଳିଥିବା ବ୍ୟକ୍ତିମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେହି ପରି ଜଳେଶ୍ୱର ଏସଡିପିଓ ଆଙ୍କିତା କୁମ୍ଭାରଙ୍କୁ ଆଇନ ଶୃଙ୍ଖଳା ପରିସ୍ଥିତି, ମୁଁ ରାତିରେ ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି , ଡିନାନୋ ଗ୍ରାମର ଗ୍ରାମର ଜୈନକା ଏଏନଏମ ଜୟଶ୍ରୀ ଜେନାଙ୍କୁ ତତ୍କାଳୀନ ଆଇଆଇସି ଧନେଶ୍ୱର ସାହୁ କରିଥିବା ଅସଦ ଆଚରଣ ନିମନ୍ତେ ମାମଲା ରୁଜୁ କରାଯାଇଛି ନା ନାହିଁ ବ ତାହା କେନ୍ଦ୍ରମନ୍ତ୍ରୀ ପଚାରି ବୁଝିଥିଲେ । ସମୀକ୍ଷା ବୈଠକରେ ସାଂସଦ ପ୍ରତିନିଧ ଶାନ୍ତନୁ ପଟ୍ଟନାୟକ, ଜାତୀୟ ପରିଷଦ, ସଭ୍ୟ ସମୀର ପାତ୍ର, ଜିଲ୍ଲା ଯୁବ ମୋର୍ଚ୍ଚା

ସଭାପତି ସମର ଶଙ୍କର କାନୁନ୍‌ଗୋ, ନଗର ସଭାପତି ଫାଲଗୁ ନି ପାଣିଗ୍ରାହୀ, ମଣ୍ଡଳ ସଭାପତି ତପନ ବିଶ୍ୱାଳ, ପ୍ରଣବ ପଣ୍ଡା,   ମିଡିଆ ସଂଯୋଜକ ସୁବ୍ରତ କୁମାର ଘୋଷ, ଡିଜିଟାଲ ସଂଯୋଜକ ସୁଖପଦ ସାମଲ, ନଗର ଯୁବମୋର୍ଚ୍ଚା ସଭାପତି ରବୀନ୍ଦ୍ର ପାତ୍ର, ମହିଳା ନେତ୍ରୀ ସୁମତି ରାଣୀ ଦେ, ଜଗନ୍ନାଥ ପ୍ରଧାନ, ଆଦିତ୍ୟ ନାରାୟଣ ପାତ୍ର, ବ୍ୟକ୍ତିଗତ ସହାୟକ ସ୍ମୃତିରଞ୍ଜନ ସେନାପତି ଓ ଚନ୍ଦ୍ରବିନ୍ଦୁ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Related Posts

About The Author

Add Comment