କଟକ – କଟକ ସଦର ଉପକଣ୍ଠ ଅୟତପୁର ପଞ୍ଚାୟତ ନାଗେଶ୍ଵରନାଥ ମନ୍ଦିରରେ ହିନ୍ଦୁ ଜାଗରଣ ମଞ୍ଚ ପକ୍ଷରୁ ଏକ ବୈଠକ ଅନୁଷ୍ଠତ ହୋଇ ହିନ୍ଦୁଧର୍ମର ପ୍ରଚାର,ଧର୍ମାନୁଷ୍ଠାନ ମାନଙ୍କର ସୂରକ୍ଷା,ହିନ୍ଦୁ ଏକତା,ଗୋସେବା,ଗୋସୂରକ୍ଷା, ମାତୃଭୂମି ପ୍ରତି କର୍ତବ୍ୟ ଏବଂ ସମାଜସେବା ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ବୈଠକରେ ହିନ୍ଦୁ ଜାଗରଣ ମଞ୍ଚର ରାଜ୍ଯ ସଂଗଠକ ସମାଜ ସଂସ୍କାରକ ତନ୍ମୟ ଦାଶ ସଭାପତିତ୍ବ କରିଥିବାବେଳେ କାର୍ଯ୍ୟକର୍ତ୍ତା ମାନଙ୍କୁ ଦାଇତ୍ୱ ବଣ୍ଟନ କରାଯାଇଥିଲା । ସଭାପତି ଜୟନ୍ତ ଦାସ,ସାଧାରଣ ସମ୍ପାଦକ ସଞ୍ଜୟ ସାହୁ, ଉପସଭାପତି ଅଶୋକ ପଟ୍ଟନାୟକ,ଉପସଭାପତି ସୁକାନ୍ତ ପ୍ରଧାନ, ସମ୍ପାଦକ ସନ୍ତୋଷ ଭୋଇ, ଶରତ କୁମାର ରାହୁଳ,କାଳନ୍ଦୀ ସେଠୀ,ଅନାମ ଭୋଇ,ଯୁବବାହିନି ସଂଯୋଜକ ବିଶ୍ବରଂଜନ ସେଠୀ, ସୁଜିତ୍ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
ଉନ୍ନତ ଚିନ୍ତା ଚେତନା ଆମ ଦେଶ ପ୍ରଗତିର ସୂତ୍ରଧର : ସମାଜ ସଂସ୍କାରକ ତନ୍ମୟ ଦାଶ
|
November 9, 2021 |



