ଉଦୀୟମାନ ପକ୍ଷରୁ ଉତ୍କଳ ଦିବସ ପାଳିତ

Spread the love

ଚଣ୍ଡିଖୋଲ, 01/04 (ସନ୍ଧାନ ନିଉଜ) ଯାଜପୁର ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଉଦୀୟମାନ ପକ୍ଷରୁ ୮୫ ତମ ପବିତ୍ର ଉତ୍କଳ ଦିବସ ପାଳିତ ହୋଇଯାଇଛି।ଚଣ୍ଡିଖୋଲ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଆୟୋଜିତ କାର୍ଯ୍ଯକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଥିଲେ ବରିଷ୍ଠ ଶ୍ରମିକ ନେତା କମ୍ରେଡ ଯଚିନ୍ଦ୍ର କୁମାର ଜେନା ମୁଖ୍ୟ ଅତିଥି ଭାବେ ଆଇନଜୀବୀ ହେମନ୍ତ କୁମାର ମହାଲା ମୁଖ୍ୟବକ୍ତା ପଣ୍ଡିତ ହିମାଂଶୁ ଶେଖର ପଣ୍ଡା ସମ୍ମାନିତ ବକ୍ତା ସାମ୍ବାଦିକ ଶିବରାମ ସାହୁ ସମ୍ମାନିତ ଅତିଥି ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଦେବ ପ୍ରସାଦ ମଲ୍ଲ ପ୍ରମୁଖ ଯୋଗ ଦେଇ ପ୍ରାରମ୍ଭରେ ଯୋଗଜନ୍ମା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଓଡ଼ିଆ ଭାଷା ଧିରେ ଧିରେ ମରି ମରି ଯାଇଛି ମଣିଷ ଆସ୍ତେ ଆସ୍ତେ ନିଜର ଭାଷାକୁ ଭୁଲି ଇଂରାଜୀ ଓ ଅନ୍ୟ ଭାଷାକୁ ଆପଣାଇ ନେଇ ନିଜକୁ ଓଡ଼ିଆ କହି ଗର୍ବ ଅନୁଭବ କରୁଛନ୍ତି ଏହାର ସୁରକ୍ଷା ନେଇ ବହୁ ବକ୍ତା ବିଷେଦ ଆଲୋଚନା କରିବା ସହିତ ସରକାରଙ୍କ ନିକଟରେ ଓଡିଆ ଭାଷାର ପଚାର ପ୍ରଶାର ନିମନ୍ତେ ଦୃଢ ଦାବୀ ଉପସ୍ଥାପନ କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ସାମାଜିକ କର୍ମୀ ରମାକାନ୍ତମହାରଣା ଶିକ୍ଷୟିତ୍ରୀ ରଶ୍ମିତା ସେଠି ରାଜକିଶୋର ସାମ୍ବାଦିକ ଚିନ୍ମୟ କୁମାର ପୃଷ୍ଟି ସମେତ ବିଦ୍ୟାଧର ପୃଷ୍ଟି ନାରାଣ ଚନ୍ଦ୍ର ଦାସ ସ୍ମୃତି ରଂଜନ ସ୍ଵାଇଁ ଶୁସାନ୍ତ କୁମାର ଜେନା ତପନ କୁମାର ବରାଳ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିବା ସହିତ ଶ୍ରଦ୍ଧାସୁମମନ ଅର୍ପଣ କରିଥିଲେ । ଏହି ଶୋଭାକୁ ଶିକ୍ଷକ ପ୍ରକାଶ କୁମାର ନାୟକ ପୌରହିତ୍ୟ କରିଥିବା ବେଳେ ଅନୁଷ୍ଠାନର ସମ୍ପାଦକ ଅନିଲ କୁମାର ଦାସ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ଓ ଶିଶୁ କଳାକାର ରୋଜାଲିନ୍ ପୃଷ୍ଟି ବନ୍ଦେ ଉତ୍କଳ ଜନନୀ ସଂଗୀତରେ ନୃତ୍ୟ ପରିବେଷଣ କରିଥିଲେ.।

Related Posts

About The Author

Add Comment