ଉଦୀୟମାନ ଚେସ୍ ପ୍ରତିଭା ଆର୍ଯାନଙ୍କୁ ସମ୍ବର୍ଦ୍ଧନା

Spread the love

ଧର୍ମଶାଳା , (ନିପ୍ର): ଧର୍ମଶାଳା ବ୍ଲକ ଅନ୍ତର୍ଗତ ହରିଦାସପୁର ସ୍ଥିତ ଗୁରୁକୂଳ ପବ୍ଲିକ ସ୍କୁଲ ପ୍ରାଙ୍ଗଣରେ ଅନୁଷ୍ଠିତ ପ୍ରଥମ ଖଗେଶ୍ୱର ବେହୁରିଆ ମୋମୋରିଆଲ ଅଲ ଓଡିଶା ଓପନ ଚେସ୍ ଟୁର୍ଣ୍ଣାମେଂଟ ଅବସରରେ ଉଦୀୟମାନ ଚେସ ପ୍ରତିଭା ଆର୍ଯ୍ୟନ ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ୧୧ ବର୍ଷୀରୁ କମ୍ ରାଜ୍ୟ ସ୍ତରୀୟ ଚେସ ଚାମ୍ପିଆନସିପରେ ଆର୍ଯ୍ୟନ ପ୍ରଥମସ୍ଥାନ ଅଧିକାର କରି ଜାତୀୟ ସ୍ତରରେ ଓଡିଶାରୁ ପ୍ରତିନିଧିତ୍ୱ କରିବା ପାଇଁ ମୋନନୀତ ହୋଇଥିଲେ । ନିକଟ ଅତିତରେ ଅନୁଷ୍ଠିତ ହୋଇଥିବା ବୃନ୍ଦାବନ ଇଂଟରନେସନାଲ ଚେସ ଫେଷ୍ଟିଭାଲରେ ନିଜ ବର୍ଷରେ ସେ ଦ୍ୱିତୀୟସ୍ଥାନ ଅଧିକାର କରି ନଗଦ ୫୦ହଜାର ଅର୍ଥରାଶି ସହିତ ଟ୍ରଫି ଏବଂ ମାନପତ୍ର ପାଇଥିଲେ । ଚେସ ଖେଳ ସହିତ ସେ ଜଣେ କୃତି ଛାତ୍ର ଅଟନ୍ତି । ଭୂବନେଶ୍ୱର ୮ନମ୍ବର ଡିଏଭି ପବ୍ଲିକ ସ୍କୁଲରେ ଅନୁଷ୍ଠିତ ଆବାକସ ଏରିଥମେଟିକ ଜିନିୟସ କଣ୍ଟେଟ୍ ରେ ଭାଗନେଇ ସମଗ୍ର ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଏଥିସହିତ ବିଭିନ୍ନ ଅଲମ୍ପିଆନରେ ଭାଗ ନେଇ ସେ ୨୦ରୁ ଅଧିକ ସ୍ୱଣ୍ଣପଦକ ହାସଲ କରିଛନ୍ତି । ସେ ଗଡମଧୁପୁର ରଗଡପଶୀ ନିବାସୀ ଓଡିଶା ସ୍ଥାନୀୟ ପାଣ୍ଠି ସମୀକ୍ଷା ଅଧିକ୍ଷକ ଜଗନ୍ନାଥ ବେହେରା ଏବଂ ବିନିଦ୍ର ରଜନୀ ଦାସଙ୍କ ସୁଯୋଗ୍ୟ ସନ୍ତାନ ହୋଇଥିବା ବେଳେ ବର୍ତ୍ତମାନ ସେ ଯାଜପୁର ରୋଡସ୍ଥିତ ସେଂଟ ମେରୀ ସ୍କୁଲରେ ୬ଷ୍ଠ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି ।

Related Posts

About The Author

Add Comment