ଉଦିତନଗର ପରେଡ଼ ପଡିଆରେ  ଖୋଲିଲା ୨୦୦ ଦୋକାନ

Spread the love

ରାଉରକେଲା, ୧୧/୦୫ (ସନ୍ଧାନ ନିଉଜ): ସହରର ଉଦିତନଗର ପରେଡ଼ ପଡିଆରେ ଆଜିଠୁ ଖୋଲିଲା ବଜାର। ପାଖାପାଖି 200 ଦୋକାନ ଖୋଲିବା ପାଇଁ ବ୍ୟବସ୍ଥା କରାଯାଇଛି। ଏହି ବଜାରରେ ମାଛ,ଆଳୁ,ପିଆଜ ସହ ବିଭିନ୍ନ ପନିପରିବା ମଧ୍ୟ ମିଳିବ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ମୁତାବିକ ସପ୍ତାହରେ କେବଳ 3 ଦିନ ପାଇଁ ମାଛ ମାଂସ ଦୋକାନ ଖୋଲା ରହିବ।ପରିବା ହୋଲସେଲ ବଜାର ଗୁଡିକ ରେଡ୍ ଜୋନ ରେ ଆସିବା ପରେ ସହରରେ ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା । ଉଦିତନଗର ପଡିଆ ରେ ଦୋକାନ ଖୋଲା ଯିବା ପରେ ଲୋକେ ଟିକେ ଆଶ୍ବସ୍ତି ଅନୁଭବ କରିବା ସହ ପରିବା କିଣିବାକୁ କୌଣସି ଅସୁବିଧା ଭୋଗ କରିବେ ନାହିଁ।

Related Posts

About The Author

Add Comment