ଉଦଳା ଡାକ୍ତରଖାନା ଚକ୍ଷୁ ବିଭାଗ ଅଚଳ

Spread the love

ଉଦଳା31/10 (ସନ୍ଧାନ ନ୍ୟୁଜ୍/ ଲିଙ୍ଗରାଜ ପଣ୍ଡା) :- ଉନ୍ନତ ସ୍ବାସ୍ଥ୍ୟସେବା ପାଇଁ ଉଦଳା ଡାକ୍ତରଖାନା ଉପରେ ନିର୍ଭର କରନ୍ତି କପ୍ତିପଦା ଉପଖଣ୍ଡବାସୀ। ଅଦିବାସୀ ଅଧୁଷିତ ଏହି ଅଞ୍ଚଳର ହଜାର ହଜାର ଲୋକ ଏହି ଡାକ୍ତରଖାନା ଉପରେ ନିର୍ଭର କରନ୍ତି । ହେଲେ ଏହି ଗୁରୁତ୍ଵପୂର୍ଣ ଡାକ୍ତରଖାନାରେ ଖୋଲିଥିବା ଚକ୍ଷୁ ବିଭାଗ ଅନେକ ଦିନରୁ କାମରେ ଆସୁନି । ଏଠାରେ ସହଜରେ ଚକ୍ଷୁ ପରୀକ୍ଷା କରି ଲୋକେ ଉପକୃତ ହେବେ ଏହି ଲକ୍ଷ୍ୟରେ ୧୦ ଶଯ୍ୟା ବିଶିଷ୍ଟ ଚକ୍ଷୁ ବିଭାଗ ଖୋଲାଯିବା ସହିତ ଲକ୍ଷାଧିକ ଟଙ୍କା ବ୍ୟୟରେ କୋଠା ନିର୍ମାଣ ଓ କିଛି ମେସିନ, ଆସବାପତ୍ର କିଣା ଯାଇ ୨୦୦୧ ମସିହା ମାର୍ଚ୍ଚ ୫ ତାରିଖରେ ଏହାର ଶୁଭାରମ୍ଭ କରାଯାଇଥିଲା । ହେଲେ ଧିରେ ଧିରେ ଉକ୍ତ ବିଭାଗ ସମସ୍ୟା ଘେରରେ ଏକ ପ୍ରକାର ଅଦରକାରୀ ହୋଇପଡ଼ିଲା । ଏହି ବିଭାଗ ପାଇଁ ୨ ଜଣ କର୍ମଚାରୀ ଉଦଳା ଡାକ୍ତରଖାନାରେ କାର୍ଯ୍ୟରତ ଥିଲେ ବି ଏବେ ବିଭାଗ କାର୍ଯ୍ୟକ୍ଷମ ହେଉନି। ରୋଗୀ ସେବା ବଦଳରେ ଏହି ବିଲ୍ଲି ଏବେ ଗାଡ଼ି ପାର୍କି ପାଇଁ ବ୍ୟବହୃତ ହେଉଥିବା ନଜରକୁ ଆସୁଛି। ବିଲିଂ ଅବସ୍ଥା ବି ବେହାଲ ହୋଇଗଲାଣି। ଚକ୍ଷୁ ବିଭାଗର ଉନ୍ନତିକରଣ ପାଇଁ କିଛି ଦିନ ପୂର୍ବରୁ ପ୍ରାୟ ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଡିଜିଟାଲ ଆଖି ପରୀକ୍ଷା ମେସିନ କିଣାଯିବା ପାଇଁ ରୋଗୀ କଲ୍ୟାଣ ସମିତି ବୈଠକରେ ପ୍ରସ୍ତାବ ଗୃହୀତ ହୋଇଥିଲା । ହେଲେ ବର୍ତ୍ତମାନ ସୁଦ୍ଧା ମେସିନ କିଣାଯାଇନି। ୨୦୧ ମସିହାରେ ଚକ୍ଷୁ ବିଭାଗ କାର୍ଯ୍ୟକ୍ଷମ ହେବା ସମୟରେ ଉଦଳା ବିଧାୟକ ଥିଲେ ଭାସ୍କର ମଢ଼େଇ । ସଂଯୋଗକୁ ଶ୍ରୀ ମଢ଼େଇ ଏବେ ମଧ୍ୟ ବିଧାୟକ ଅଛନ୍ତି। ରୋଗୀ କଲ୍ୟାଣ ସମିତିର ମଧ୍ୟ ସେ ସକ୍ରିୟ ସଦସ୍ୟ। ହେଲେ ତଥାପି ଚକ୍ଷୁ ବିଭାଗଟି ଅବହେଳିତ ହୋଇ ରହିବା ପରିତାପର ବିଷୟ ତେବେ ଏ ସମ୍ପର୍କରେ ବିଧାୟକଙ୍କୁ ଯୋଗାଯୋଗ କରିବାରୁ ସେ ଏବେ ଉପନିର୍ବାଚନ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି । ୩ ତାରିଖରେ ଉପନିର୍ବାଚନ ସରିଲେ ଏ ନେଇ ମତ ଦେବେ ବୋଲି କହିଛନ୍ତି। ଏହି ସମସ୍ୟା ଉପରେ କେବେ ବିଧାୟକଙ୍କ ନଜର , ପଡୁଛି ସେ ଅପେକ୍ଷାରେ ଉପଖଣ୍ଡବାସୀ।

Related Posts

About The Author

Add Comment