ଉଦଯାପିତ ହେଲା ବିଛାଖଣ୍ଡିର ହନୁମାନ ଜୟନ୍ତୀ ।

Spread the love

ଜେନାପୁର/୧୬/୪/ ସାଗରିକା ଦଳାଇ) ସନ୍ଧାନ ନିୟୁଜ୍/ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଏଣ୍ଡଳବା ଗ୍ରାମ ପଞ୍ଚାୟତ ଅଧିନ ବିଛାଖଣ୍ଡି ଗ୍ରାମରେ ସଙ୍କଟ ମୋଚନ ଶ୍ରୀ ଶ୍ରୀ ହନୁମାନ ଙ୍କ ଏକାଦଶ ତମ ଜୟନ୍ତୀ ଉତ୍ସବ ମହା ଆଡମ୍ବରରେ ପାଳନ ହୋଇଯାଇଛି।ରବିବାର ଠାରୁ ଆରମ୍ଭ ହୋଇ ୩ ଦିନ ପର୍ଯ୍ୟନ୍ତ ପାଳନ ହେଉଥିବା ଏହି ଜନ୍ମ ଜୟନ୍ତୀ ଉତ୍ସବରେ ପ୍ରଥମ ଦିନ ବ୍ରାହ୍ମଣୀ ନଦୀରୁ ୨୧ ଜଣ ଜଳ କଳସ ଧାରୀ କଳସାଧିବାସ କରି ଯଜ୍ଞ ମଣ୍ଡପକୁ ଆଣି ସ୍ଥାପନ କରି ଥିଲେ। ସୋମବାର ଦିନ ଆହୁତି ପ୍ରଦାନ କରି ରୀତିନୀତି ଅନୁସାରେ ସମସ୍ତ ଯଜ୍ଞ କାର୍ଯ୍ୟ ସମ୍ପାଦନ କରାଯାଇଛି। ମଙ୍ଗଳ ବାର ପୂର୍ଣ୍ଣାହୁତି କାର୍ଯକ୍ରମ ଶେଷ ହୋଇଛି। ପ୍ରତ୍ୟେକ ସନ୍ଧ୍ୟାରେ ଭଜନ , କୀର୍ତ୍ତନ, ଲୋଉଡିଖେଳ, ଛୋଟ ବଡ଼ କଳାକାର ମାନଙ୍କୁ ନେଇ ନୃତ୍ୟ ପରିବେଷଣ କରିବା ସହିତ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ କର୍ତ୍ତା କର୍ତ୍ତି ଭାବେ ସୁଶାନ୍ତ ମହାରଣା ରଶ୍ମିତା ମହାରଣାପୂଜାରେ ବସିଥିଲେ, ପରିଚାଳନା କମିଟି ରେ ଅଂଶ ଗ୍ରହଣ କରିଥିଲେ ଗୋକୁଳ ନନ୍ଦ ଦାଶ, ଦେବିପ୍ରସାଦ ବାରିକ୍, ଶ୍ରୀଧର ଓଝା, ଜୟନ୍ତ ସ୍ୱାଇଁ କାର୍ଯ୍ୟ ସମାପନ କରିଥିଲେ, ସେହିପରି ମୁଖ୍ୟ ପଣ୍ଡିତ ଭାବେ ବଟକୃଷ୍ଣ ପାଣି ଯୋଗ ଦେଇଥିଲେ, ସହ ପୁରୋହିତ ଭାବେ ନିଶିକାନ୍ତ କର, ରଞ୍ଜନ କର, ସତ୍ୟଜିତ ଦାଶ ସହଯୋଗ କରିଥିଲେ, ବାରିକ ଭାବେ କାର୍ଯ୍ୟ ସମାପନ କରିଥିଲେ ପ୍ରଶାନ୍ତ ବାରିକ୍, କର୍ମକର୍ତ୍ତା ମାନେ ହେଲେ ହେମନ୍ତ ସ୍ୱାଇଁ, ପ୍ରତାପ ବାରିକ୍, ପ୍ରଶାନ୍ତ ସ୍ୱାଇଁ, ମିନା ଦାଶ, ମିଲୁ ସେଠୀ, ଶଶି କାନ୍ତ ବାରିକ୍, ଗିରିଧାରୀ ଓଝା, ପ୍ରାଣକୃଷ୍ଣ ସାହୁ, ଟୁକୁନା ନାୟକ, ସୁଶାନ୍ତ ରାଉଳ, ପଙ୍କଜ ନାଥ,ରଞ୍ଜନ ପରିଡ଼ା, ଅମୂଲ୍ୟ ବାରିକ୍, ପ୍ରଶାନ୍ତ ରାଉଳ, ସଞ୍ଜୟ ସାହୁ, ଚଗଲା ସାହୁ, ହେମନ୍ତ ମହାରଣା, ବଣ୍ଟି ମିଶ୍ର, ଦୀପକ ସ୍ୱାଇଁ, ଜିତେନ୍ଦ୍ର ଦାଶ, ଗୁଡୁ ଦାଶ, ଯଯାତି ଦାଶ, ଅରବିନ୍ଦ ମହାରଣା ସସ୍ଥାନୀୟ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଓ ଭକ୍ତ ମାନେ ଏଥିରେ ଯୋଗ ଦେଇଥିଲେ। ଗ୍ରାମବାସୀ ମାନେ ଏହାକୁ ପୂର୍ଣ୍ଣ ସହଯୋଗ କରି ସଫଳ କରିଥିଲେ। ଏହା ସହିତ ଏହି ଅଞ୍ଚଳ ର ବିଭିନ୍ନ ସ୍ଥାନରେ ରହିଥିବା ହନୁମାନ ମନ୍ଦିର ରେ ମଧ୍ୟ ହନୁମାନ ଜୟନ୍ତୀ ପାଳନ ହୋଇଯାଇଛି।

Related Posts

About The Author

Add Comment