ଉଦଯାପିତ ହେଲା ବହୁ ପୁରାତନ ୭୫ ବାର୍ଷିକ ମାଳହାଟ ମେଲଣ ମହୋତ୍ସବ

Spread the love

ଜେନାପୁର/୧୦/୦୩/ସନ୍ଧାନ ନିଉଜ୍/ପ୍ରଶାନ୍ତ ସାମଲ/ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଳକ ଅନ୍ତର୍ଗତ ଏଣ୍ଡଳବା ପଞ୍ଚାୟତର ମାଳହାଟ ମେଲଣ ମହୋତ୍ସବ ଗତ ଗୁରବାର ଦିନ ଉଦଯାପିତ ହୋଇଯାଇଛି। ଗତ ବର୍ଷ କୋଭିଡି କଟକଣା ଥିବା କାରଣରୁ ଏତେ ଯାଜଜକମ୍ ରେ ମେଲଣ ହୋଇ ନଥିଲା, ଚଳିତ ବର୍ଷ ବହୁ ଧୁମ୍ ଧାମ୍ ରେ ପାଳିତ ହୋଇଯାଇଛି ଏହି ମେଲଣ ପର୍ବରେ ମୋଟ୍ ୯ ଗୋଟି ବିମାନ ଯୋଗ ଦେଇଥିଲେ। ବିଛାଖଣ୍ଡି ଗ୍ରାମର ଥାନପତି ଶ୍ରୀ ମଦନମୋହନ ଜୀଉ, କଲାଣ୍ଡ, ପାଟପୁର, ନିହଲ ପ୍ରସାଦ, (ଚଉପାଢ଼ି ସାହି) ନିତ୍ୟାନନ୍ଦ ପୁର,ବଙ୍ଗାଳୀ ସାହି , , ନୂଆ ହାଟ, ସମ୍ପାରୁ , ସିନ୍ଦୂରାଇ ପ୍ରମୁଖ ଯୋଗ ଦେଇଥିଲେ,ମେଲଣ ଗୁରୁବାର ସଂଧ୍ୟାରେ ଆରମ୍ଭ ହୋଇ ପରଦିନ ମଧ୍ୟାହ୍ନ ଗୋଟାଏ ବେଳକୁ ଭାଙ୍ଗିଥିଲା। ଏହି ମେଲଣ ମହୋତ୍ସବରେ ମାଳହାଟ ନଦୀବନ୍ଧ ଉପରୁ ଶୋଭା ଯାତ୍ରା କରି ଯେପରିକି କୀର୍ତ୍ତନ, ଭଜନ, ମେଲୋଡ଼ି, ଲଉଡ଼ି ଖେଳ, ଗୋଟିପୁଅ ନାଚ, ଘୋଡ଼ା ନାଚ, ବିଭିନ୍ନ ପ୍ରକାରର ବାଜା ବାଣ ସହ ମେଲଣ କମିଟି ପର୍ଯ୍ୟନ୍ତ ଶୋଭା ଯାତ୍ରାରେ ଆସି ପହଞ୍ଚିଥିଲେ, ସେଠାରେ ଉପସ୍ଥିତ ଥିବା ପୁରୋହିତ କମଟି ପାଖକୁ ଶ୍ରୀ ଜୀଉ ମାନଙ୍କୁ କମିଟି ନିକଟକୁ ପାଛୁଡ଼ି ନେଇ ପୂଜାର୍ଚ୍ଚନା କରି ଭୋଗ ଲଗାଇ ଥିଲେ, ପରେ କମିଟି ପକ୍ଷରୁ ଠାକୁର ବାଡିର ମୁଖିଆ ମାନଙ୍କୁ ପୁଷ୍ପ୍ ମାଲ୍ୟ ଉତ୍ତରୀୟ ଦେଇ ସ୍ବାଗତ କରି ଆର୍ଥିକ ରାଶି ଦେଇ ଦିଅ ମାନଙ୍କୁ ମେଲାଣି ଦେଇଥିଲେ, ଏହି ୭୫ ତମ ମେଲଣ ମହୋତ୍ସବରେ ବହୁ ଦର୍ଶକ ମାନଙ୍କୁ ଦେଖିବାକୁ ମିଳିଥିଲା, ମିନା ବଜାର, ଦୋଳି ବିଭିନ୍ନ ପ୍ରକାରର ଦୋକାନ ସାଙ୍ଗକୁ ଘର କରଣ ଜିନିଷ ସମସ୍ତ ପ୍ରକାରର ଦୋକାନ ବଜାର ଶ୍ରଦ୍ଧାଳୁମାନଙ୍କ ମନ ମୋହିଥିଲା , ଜେନାପୁର ଥାନା ଅଧିକାରୀ ଶ୍ରୀ ଉମାକାନ୍ତ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ, ଜେନାପୁର ଥାନା ଅଧିକାରୀ ଓ କମିଟିର ସଦସ୍ୟ ମାନଙ୍କ ଦ୍ଵାରା ବିଦାୟ ଓ ସମ୍ବର୍ଦ୍ଧନା କାର୍ଯ୍ୟ ସମାପନ ହୋଇଥିଲା, ମେଲଣ କମିଟିର ସଦସ୍ୟ ଓ ଜେନାପୁର ପୋଲିସ୍ ଙ୍କ ଦ୍ଵାରା ଶାନ୍ତି ସୁଙ୍ଖଳା ରକ୍ଷା କରାଯାଇଥିଲା ,,

Related Posts

About The Author

Add Comment