ଜେନାପୁର /୦୬/୦୩/(ସନ୍ଧାନ ନ୍ୟୁଜ )ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଳକ ଅନ୍ତର୍ଗତ ଏଣ୍ଡଳବା ପଞ୍ଚାୟତର ବହୁ ପୁରାତନ ପ୍ରସିଦ୍ଧ ମାଳହାଟ ମେଲଣ ମହୋତ୍ସବ ଗୁରବାର ଦିନ ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ୭୮ ବର୍ଷ ପାଳନ ହେଉଥିବା ଏହି ମେଲଣ ବହୁ ଧୁମ୍ ଧାମ୍ ରେ ପାଳିତ ହୋଇଯାଇଛି ।ଏହି ମେଲଣ ପର୍ବରେ ମୋଟ୍ ୭ ଗୋଟି ବିମାନ ଯୋଗ ଦେଇଥିଲେ। ବିଛାଖଣ୍ଡି ଗ୍ରାମର ଥାନପତି ଶ୍ରୀ ମଦନମୋହନ ଜୀଉ,ଶ୍ରୀ ବୃନ୍ଦାବନ ଜୀଉ କଲାଣ୍ଡ,ରାଧାକୃଷ୍ଣ ଜୀୟୁ ସଂମ୍ପାରୁ, ,,ଶ୍ରୀ ଶ୍ରୀ ରାଧା କୃଷ୍ଣ ଜୀଉ ଜଗନ୍ନାଥ କୀର୍ତ୍ତନ ମଣ୍ଡଳୀ ନୂଆ ହାଟ, ଶ୍ରୀ ରାଧାକୃଷ୍ଣ ଜୀଉ ପାଟପୁର, , ,ଶ୍ରୀ ରାଧାକୃଷ୍ଣ ଜୀଉ ନିତ୍ୟାନନ୍ଦ ପୁର,ଶ୍ରୀ ରାଧାକୃଷ୍ଣ ଜୀୟୁ ଗୋପାଳପୁର ପ୍ରମୁଖ ବିମାନ ଯୋଗ ଦେଇଥିଲେ। ମେଲଣ ଗୁରୁବାର ସଂଧ୍ୟାରେ ଆରମ୍ଭ ହୋଇ ପରଦିନ ମଧ୍ୟାହ୍ନ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଏହି ମେଲଣ ମହୋତ୍ସବରେ ମାଳହାଟ ନଦୀବନ୍ଧ ଉପରୁ ବିରାଟ ଶୋଭା ଯାତ୍ରା କରି କୀର୍ତ୍ତନ, ଭଜନ, ମେଲୋଡ଼ି, ଲଉଡ଼ି ଖେଳ, ଗୋଟିପୁଅ ନାଚ, ଘୋଡ଼ା ନାଚ, ବିଭିନ୍ନ ପ୍ରକାରର ବାଜା ବାଣ ସହ ମେଲଣ କମିଟି ପର୍ଯ୍ୟନ୍ତ ଶୋଭା ଯାତ୍ରାରେ ଆସି ପହଞ୍ଚିଥିଲେ। ସେଠାରେ ଉପସ୍ଥିତ ଥିବା ପୁରୋହିତ କମିଟି ପାଖକୁ ଶ୍ରୀ ଜୀଉ ମାନଙ୍କୁ ମଣ୍ଡପ ନିକଟକୁ ପାଛୋଟି ନେଇ ପୂଜାର୍ଚ୍ଚନା କରି ଭୋଗ ଲଗାଇ ଥିଲେ। ପରେ କମିଟି ପକ୍ଷରୁ ଠାକୁର ବାଡିର ମୁଖିଆ ମାନଙ୍କୁ ପୁଷ୍ପ୍ ମାଲ୍ୟ ଉତ୍ତରୀୟ ଦେଇ ସ୍ବାଗତ କରି ଆର୍ଥିକ ରାଶି ଦେଇ ଦିଅ ମାନଙ୍କୁ ମେଲାଣି ଦେଇଥିଲେ। ଦୋଳି, ମିନାବଜାର ଓ ବହୁତ ଗୁଡ଼ିଏ ଦୋକାନ ପାଇଁ ବେଶ ଭିଡ଼ ପରିଲକ୍ଷିତ ହୋଇଥିଲା।ଏହି ୭୮ ତମ ମେଲଣ ମହୋତ୍ସବ କୁ ମେଲଣ କମିଟି ସଭାପତି ଶ୍ରୀ କାଳନ୍ଦୀ ଚରଣ ପାଣି ଉଦଘାଟନ କରିଥିଲେ । ଜେନାପୁର ପୋଲିସ୍ ଓ ମାଳହାଟ ମେଲଣ କମିଟି ପକ୍ଷରୁ ବ୍ୟାପକ ଶାନ୍ତି ଶୃଙ୍ଖଳା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।
ଉଦଯାପିତ ହେଲା ବହୁପୁରାତନ ମାଳହାଟ ମେଲଣ ।
|
March 6, 2026 |



