ଉତ୍ତରାଖଣ୍ଡର ୪ଧାମ ଯାତ୍ରା କରୁଥିବା ଶ୍ରଦ୍ଧାଳୁଙ୍କ ହେବ ଭେରିଫିକେଶନ, ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଦେଲେ ଆଦେଶ

Spread the love

ଡେରାଡୁନ, ୨୦/୦୪/୨୨ (ସନ୍ଧାନ ନିଉଜ): ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ କହିଛନ୍ତି ଯେ, ରାଜ୍ୟର ୪ଧାମ ଯାତ୍ରା କରୁବାକୁ ଯାଉଥିବା ଶ୍ରଦ୍ଧାଳୁମାନଙ୍କର ଭେରିଫିକେଶନ ହେବ । ଏଥି ସହିତ ରାଜ୍ୟରେ ଅସାମାଜିକ ତତ୍ୱର ଭେରିଫିକେଶନ ପାଇଁ ମଧ୍ୟ ଅଭିଯାନ ଆରମ୍ଭ ହେବ । ମଙ୍ଗଳବାର ୪ଧାମ ଯାତ୍ରା ସମୟରେ ଲୋକଙ୍କର ଭେରିଫିକେଶନ ସଂପର୍କରେ ପୁଷ୍କର ସିଂହ ଧାମୀ କହିଛନ୍ତି ଯେ, ଆମ ରାଜ୍ୟ ହେଉଛି ଶାନ୍ତିପ୍ରିୟ । ସରକାର ଚାରିଧାମ ଯାତ୍ରା ନେଇ ପ୍ରସ୍ତୁତି କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଧର୍ମ ଓ ସଂସ୍କୃତିର ରକ୍ଷା କରିବା ସରକାରଙ୍କ ଦାୟିତ୍ୱ । ସେ କହିଛନ୍ତି ଯେ, ବାହାର ରାଜ୍ୟରୁ ୪ଧାମ ଯାତ୍ରା ପାଇଁ ଆସୁଥିବା ଲୋକଙ୍କୁ ସଠିକ ସତ୍ୟପାଠ କରିବାକୁ ହେବ । ଏହା ଦ୍ୱାରା ଶାନ୍ତି ପ୍ରତିଷ୍ଠା ହୋଇପାରିବ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୪ଧାମ ଯାତ୍ରା ସମୟରେ ଆମର ଧର୍ମ ପ୍ରତି ହିଂସା ସୃଷ୍ଟି କରୁଥିବା ଲୋକଙ୍କର ପ୍ରବେଶ ନ ହେବା ଦରକାର । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଆମେ ଅଭିଯାନ ଚଳାଇବୁ । ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କର ଭେରିଫିକେଶନ କରିବୁ । ମୁଖ୍ୟମନ୍ତ୍ରୀ ଆଇନ ବ୍ୟବସ୍ଥାକୁ ନେଇ ମଧ୍ୟ ଶକ୍ତ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଉତ୍ତରାଖଣ୍ଡ ଧର୍ମ ଓ ସଂସ୍କୃତିର କେନ୍ଦ୍ର । ଏଠାରେ ଜବରଦଖଲକାରୀଙ୍କ ପାଇଁ ସ୍ଥାନ ନାହିଁ ।

Related Posts

About The Author

Add Comment