ଉତ୍ତପ୍ତ ସହର ଭୁବନେଶ୍ୱର, ୪୧ ଡେଇଁଲା ତାପମାତ୍ରା
ଭୁବନେଶ୍ୱର,୧୪/୦୪ (ସନ୍ଧାନ ନିୟୁଜ) : ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି ରାଜଧାନୀ ଭୁବନେଶ୍ୱର। ଟିଟିଲାଗଡ଼ ପରି ଭୁବନେଶ୍ୱରର ତାପମାତ୍ରା ୪୧.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସେହିପରି ୧୨ ସହରର ତାପମାତ୍ର ୪୦ ଡିଗ୍ରୀ କିମ୍ବା ତା’ ଉପରେ ରହିଛି। ସେହି ସହର ଗୁଡ଼ିକ ହେଲା ଚାନ୍ଦବାଲି ୪୦.୭, କଟକ ୪୦.୧, ଅନୁଗୋଳ ୪୦.୭, ବାରିପଦା ୪୧, ତାଳଚେର ୪୦.୫, ବଲାଙ୍ଗିର ୪୧.୨, ନୟାଗଡ଼ରେ ୪୦.୦ ଡିଗ୍ରୀ, ବୌଦ୍ଧରେ ୪୦.୫ ଡିଗ୍ରୀ, ପାରଳାଖେମୁଣ୍ଡିରେ ୪୦.୦ ଡିଗ୍ରୀ ଓ ମାଲକାନଗିରି ୪୦.୨ ଡିଗ୍ରୀ ରହିଛି। ଯାହାଫଳରେ ଜୀବନ ଯାତ୍ରା ଗଭୀର ଭାବେ ପ୍ରଭାବିତ ହୋଇଛି।
Related Posts
About The Author