କଟକ, ୧୩/୫/୨୦୨୧ (ସନ୍ଧାନ ନିଉଜ) – କରୋନା ମହାମାରୀର ଦିତୀୟ ଲହର ପୁଣି ଦେଶରେ ଆତଙ୍କ ସୃଷ୍ଟି କରିଥିବାବେଳେ ସଂକ୍ରମଣ ରୋକିବା ଦିଗରେ ସମସ୍ତ ଜନସଚେତନତା,ବିଶୋଧନ କାର୍ଯ୍ୟକ୍ରମ ଓ ଆବଶ୍ୟକତା ଥିବା ସ୍ଥାନରେ ଜଳଛତ୍ର ଆଦି ବହୁବିଧ ସେଵାକାର୍ଯ୍ୟ କଟକ ସଦର ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ(ଉବିପ) ପକ୍ଷରୁ କଟକ ସଦର ଉପକଣ୍ଠ ଯଶପଡା ଓ ଅରିଲୋ ପଂଚାୟତର ବହୁ ସ୍ଥାନରେ ଅନନ୍ତ କୁମାର ନାଥ,ମନା ଭୋଇ, ସୁନିଲ ଲେଙ୍କା, ସୁମନ ଦାସ, ବିମଳ କୁମାର ପଣ୍ଡା,ଜ୍ୟୋତି ପ୍ରକାଶ ନନ୍ଦ, ସୂର୍ଯ୍ୟ ନାରାୟଣ ସାହୁ, ରତିକାନ୍ତ ସାହୁମଲ୍ଲିକ, ସୌମ୍ୟ ରଞ୍ଜନ ପୃଷ୍ଟି,ଜାମିନି ମୋହନ ସାହୁ,ମିଟୁ ମଣ୍ଡଳ,ଆଲୋକ ରଞ୍ଜନ ବେହେରା,ସଂଜୟ ମଲ୍ଲିକ ଆଦି ବହୁ ସ୍ୱେଚ୍ଛାସେବୀ ମାନଙ୍କ ପ୍ରତେଖ୍ୟ ତତ୍ବାବଧାନରେ ମାଇକ୍ରୋଫୋନ ଯୋଗେ ସଚେତନତାର ବାର୍ତା ପ୍ରଚାର କରାଯାଇ,କିଶନନଗର ଓ ତେଲଦିଆ ପଂଚାୟତରେ ଜଳଛତ୍ର ପ୍ରଦାନ କରାଯାଇଛି ।
ଉତ୍କଳ ବିକାଶ ପରିଷଦ ପକ୍ଷରୁ କରୋନା ସଚେତନତା ଓ ଜଳଛତ୍ର ସେଵା ।
|
May 13, 2021 |