ଉତ୍କଳ ବିକାଶ ପରିଷଦ ପକ୍ଷରୁ କନ୍ଦରପୁର ବିଦ୍ୟୁତ କାର୍ଯ୍ୟାଳୟରେ ଦାବିପତ୍ର ।

Spread the love
କଟକ, ୧୦/୦୪/୨୧ (ସନ୍ଧାନ ନିଉଜ) – ରାଜ୍ୟରେ ବର୍ଦ୍ଧିତ ବିଦ୍ୟୁତ ଦର ୟୁନିଟ ପିଛା ୩୦ ପଇସା ଲାଗୁ ହେବାର ପ୍ରତିବାଦରେ ଏକ ଦାବିପତ୍ର  କଟକ ସଦର କନ୍ଦରପୁର ବିଦ୍ୟୁତ କାର୍ଯ୍ୟାଳୟରେ ନିର୍ବାହୀ ଯନ୍ତ୍ରୀ ତୁଳସୀ ଚରଣ ଦାସଙ୍କୁ ଭେଟି  ଅଗ୍ରଣୀ ସାମାଜିକ ସଂଗଠନ “ଉତ୍କଳ ବିକାଶ ପରିଷଦ” ପକ୍ଷରୁ କାର୍ଯ୍ୟକର୍ତା ସମାଜସେବୀ ପୀୟୂଷ ରଂଜନ ପରିଡା, ଚକ୍ରବର୍ତ୍ତୀ ଓତା, ଲଷ୍ମୀଧର ଜେନା,ସନ୍ତୋଷ ଭୋଇ, ନିରଞ୍ଜନ ରାଉଳ,ଓମପ୍ରକାଶ ପରିଡ଼ା,ନୃସିଂହ ଚରଣ ସାହୁ,ସଂଜୟ ସାହୁ,ସିଦ୍ଧାନ୍ତ ଭୋଇ ପ୍ରମୁଖ ଉପସ୍ଥିତରହି ପ୍ରଦାନ କରିଛନ୍ତି । ପରିଷଦର ସଭାପତି ଯୁବସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ତାଙ୍କ ବାର୍ତାରେ ଏହାଏକ ଦୁର୍ଭାଗ୍ୟଜନକ ତଥା ନିନ୍ଦନୀୟ ଘଟଣା କରୋନା ମହାମାରୀ ସମୟରେ ଏହା ରାଜ୍ୟବାସୀଙ୍କ ଉପରେ ବୋଝ ଉପରେ ନଳିତା ବିଡା ସଦୃଶ ବୋଲି ମତବ୍ୟକ୍ତ କରିବାସହ ଏହି ବର୍ଦ୍ଧିତ ବିଦ୍ୟୁତ ଦେୟ ପ୍ରତ୍ୟାହାର କରିବାକୁ ପୂର୍ଣଦାବି କରିଛନ୍ତି ।

Related Posts

About The Author

Add Comment