କଟକ, ୨୭/୦୭/୨୦୨୧ (ସନ୍ଧାନ ନିଉଜ) : କଟକ ସଦର ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ(ଉବିପ) ପକ୍ଷରୁ ସୋମପୁର ପଂଚାୟତ ତେଲଦିଅ ଗ୍ରାମର ବିଜୟ କେତନ ଭୋଇ କରୋନ ଜନିତ ମୃତ୍ୟୁ ଖବର ପାଇ ତାଙ୍କ ପରିବାରକୁ ସମବେଦନା ଜଣାଇବା ସହ ପରିଷଦର ଜରୁରୀ କାଳୀନ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ପରିଷଦର କାର୍ଯ୍ୟକର୍ତ୍ତା ସୁରେଶ ଚନ୍ଦ୍ର ସ୍ୱାଇଁ,ସୁମନ ସୁରୂପ ଦାସ,ବିମଲ ପଣ୍ଡା,ଅନନ୍ତ ନାଥ,ଟୁଲୁ କୁଅର ପ୍ରମୁଖ ଉପସ୍ଥିତ ଥିଲେ । ଏହିପରି ସେଵାକାର୍ଯ୍ୟ ବିଭିନ୍ନ ସ୍ଥାନରେ ଜାରୀ ରଖିବାକୁ ସଭାପତି ଯୁବ ସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ କାର୍ଯ୍ୟକର୍ତା ମାନଙ୍କୁ ନିବେଦନ କରିଛନ୍ତି ।
ଉତ୍କଳ ବିକାଶ ପରିଷଦ ପକ୍ଷରୁ ସ୍ବତନ୍ତ୍ର ସେବା ଓ ସୁରକ୍ଷା କାର୍ଯ୍ୟକ୍ରମ
|
July 27, 2021 |
