ଉତ୍କଳମଣୀ ସେବା ସଙ୍ଗଠନର ପ୍ରସ୍ତୁତି ବୈଠକ

Spread the love

ଜେନାପୁର,୨୪/୦୯ (ସନ୍ଧାନ ନ୍ୟୁଜ୍) ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ଜେନାପୁର ପଞ୍ଚାୟତ ଅଧିନ   ବାଲି ପଡିଆସ୍ଥିତ ଉତ୍କଳମଣୀ ପଣ୍ତିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ପ୍ରାଙ୍ଗଣରେ ଉତ୍କଳମଣୀ ସେବା ସଙ୍ଗଠନ ତରଫରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ଲୋକନାଥ ପୁରୀଙ୍କ ଆବାହକତ୍ୱରେ ଆସନ୍ତା ୯ ତାରିଖରେ ହେବାକୁ ଥିବା ଉତ୍କଳମଣୀ ପଣ୍ତିତ ଗୋପବନ୍ଧୁ ଦାସଙ୍କ ଜନ୍ମଜୟନ୍ତୀ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ବିଷୟ ଉପରେ ଆଲୋଚନା ହୋଇଥିଲା । ଉକ୍ତ ବୈଠକରେ ସସମ୍ତ ସଭ୍ୟଙ୍କ ଉପସ୍ଥିତିରେ ନିଷ୍ପତ୍ତି ନିଆଗଲା କି ଆସନ୍ତା  ଅକ୍ଟୋବର୍ ୯ ତାରିଖ ପଣ୍ତିତ ଗୋପବନ୍ଧୁ ଦାସଙ୍କ ଜନ୍ମଜୟନ୍ତୀ ଅବସରରେ ବୃକ୍ଷରୋପଣ,ପିଲାମାନଙ୍କ ଦ୍ୱାରା ବକୃତା ପ୍ରତିଯୋଗିତା,ସ୍ୱାଗତ୍ ନୃତ୍ୟ,ସାଧାରଣ ସଭା ଓ ପ୍ରୀତିଭୋଜନ କାର୍ଯ୍ୟକ୍ରମ ଆଦି ଅନୁଷ୍ଠିତ ହେବ ବୋଲି ଆଲୋଚନା ହୋଇଥିଲା । ଏହି ସଭାରେ ସମ୍ପାଦକ ମହେଶ୍ୱର ଖଟୁଆ,ଉପଦେଷ୍ଟା ପ୍ରମୋଦ ମଲ୍ଲିକ୍,ପ୍ରତାପ ଚନ୍ଦ୍ର ଦାସ,ମଧୁସୂଦନ ପଟ୍ଟନାୟକ,କ୍ଷେତ୍ରବାସୀ ରାଉତ,ବିଷ୍ଣୁଚରଣ ଓଝା,ସୁଦର୍ଶନ ପ୍ରଧାନ,ଅର୍ଜୁନ କୁମାର ଦାସ,ରଘୁନାଥ ଶତପଥୀ,ସମାଜସେବୀ ନିଷ୍କାନ୍ତ ଖଟୁଆ,ପ୍ରହଲାଦ ପାତ୍ର,ରାମଚନ୍ଦ୍ର ମହାନ୍ତି,କୁନିଲ ରାଉତ,ସରୋଜ ପଟ୍ଟନାୟକ,ଶୁକଦେବ ତରାଇ,ପ୍ରଦୀପ କୁମାର ଭୋଇ ଓ ଅନ୍ୟ ସଭ୍ୟମାନେ  ଉପସ୍ଥିତ ରହି ମତ ବିନିମୟ କରିଥିଲେ ।

Related Posts

About The Author

Add Comment