ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୫ ତମ ଜୟନ୍ତୀ ପାଳିତ

Spread the love

ଧର୍ମଶାଳା,(ସନ୍ଧାନ ନିଉଜ ) ଧର୍ମଶାଳା ବ୍ଲକ ର ଅଗ୍ରଣୀ ସଂଗଠନ ପ୍ରଗତିଶୀଳ ସାହିତ୍ୟ ସଂସଦ ପକ୍ଷ ରୁ ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ 145 ତମ ଜୟନ୍ତୀ ସଂସଦ କାର୍ଯ୍ୟାଲୟ ଜାରକା ଠାରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଜୟନ୍ତୀ ସଭା ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପଣ୍ଡିତ କାମଦେବ ଶତପଥୀ ଉତ୍କଳ ମଣି ଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋଚନା କରିଥିଲେ , ଓ ଉତ୍କଳ ମଣି ଙ୍କୁ ଦାସେ ଆପଣେ କହିବା ଉଚିତ ବୋଲି କହିଥିଲେ । ଏହି ସଭା ରେ ମୁଖ୍ୟ ବକ୍ତା ଭାବେ ଅଵସର ପ୍ରାପ୍ତ ଅଧ୍ୟାପକ ରାଧେଶ୍ୟାମ ସାହୁ, ସମ୍ମାନୀୟ ଅତିଥି ଭାବେ ସାମ୍ବାଦିକ ମାନସ ରଞ୍ଜନ ଜେନା ଓ ମାନସ ରଞ୍ଜନ ବିଶ୍ୱାଳ ପ୍ରମୂଖ ଯୋଗ ଦେଇ ଉତ୍କଳ ମଣି ଙ୍କୁ ସ୍ମରଣ କରିଥିଲେ । ସଭା ପ୍ରାରମ୍ଭ ରେ ଗୋପବନ୍ଧୁ ଦାସଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ ଓ ଦୀପଦାନ ଅତିଥି ମାନେ କରିଥିଲେ । ସଂସଦ ର ସଭାପତି ଆଦିତ୍ୟ ମାହୁନ୍ତ ଓ ସମ୍ପାଦକ ସୌଭାଗ୍ୟ ରାଉତ ଅତିଥି ମାନଙ୍କୁ ଉତରୀୟ ଦେଇ ସ୍ବାଗତ କରିଥିଲେ । ଅନୁଷ୍ଠାନ ର ମୁଖ୍ୟ ଉପଦେଷ୍ଟା ଦେବବ୍ରତ ରାଉତ ଅତିଥି ପରିଚୟ ଦେଇଥିବା ବେଳେ , ସାମାଜିକ କର୍ମୀ ନିରଞ୍ଜନ ଖିଲ୍ଲାର ସୂଚନା ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଚାରି ଜଣ ପ୍ରତିଭା ଙ୍କୁ ସଂସଦ ତରଫରୁ ସମ୍ବର୍ଦ୍ଧିତ କରିଥିଲେ । ସମ୍ବର୍ଦ୍ଧିତ ପ୍ରତିଭା ଲେଖକ ଧ୍ରୁବ ଚରଣ ବିଶ୍ୱାଳ, ସାମ୍ବାଦିକ ଅଖିଳ କୁମାର ସ୍ୱାଇଁ, ସାମାଜିକ କର୍ମୀ ମକର ଧ୍ଵଜ ଦାସ ଓ ସମାଜସେବୀ ମିହିର ଖୁଣ୍ଟିଆ । ସଭା ପରିଚାଳନା ରେ କବି ଅଜୟ ଖୁଣ୍ଟିଆ, ଦେବେନ୍ଦ୍ର ପଟନାୟକ, ଶିଖାବିତ ପ୍ରଣବ ରାଉତ, ଅବିନାଶ ସାହୁ , ଗବେଷକ ମାନସ କୁମାର ରାଉତ ଓ ସମାଜସେବୀ ନିହାର ସାମଲ ପ୍ରମୁଖ ସହଯୋଗ କରିଥିଲେ । ଶେଷ ରେ ପ୍ରଗତିଶୀଳ ସାହିତ୍ୟ ସଂସଦ ର ସହ ସମ୍ପାଦକ ସତ୍ୟବ୍ରତ ରାଉତ ଧନ୍ୟବାଦ ଦେଇଥିଲେ ।

Related Posts

About The Author

Add Comment