କଟକ, ୦୫/୦୭/୨୦୨୧ (ସନ୍ଧାନ ନିଉଜ) କଟକ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ “ଉତ୍କଳ ବିକାଶ ପରିଷଦ”(ଉବିପ) ପକ୍ଷରୁ କଟକ ସଦର ୪ନମ୍ବର ଜୋନ୍ ଉପକଣ୍ଠ ଆମଣ ପଂଚାୟତ ଆମଣ ଗ୍ରାମର ବିଭିନ୍ନ ସ୍ଥାନରେ ୭୨ତମ ଜାତୀୟ ବନ ମହୋତ୍ସବ ସପ୍ତାହ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ମହାନ ସେବାକାର୍ଯ୍ୟ ପରିଷଦର ସଭାପତି ଯୁବ ସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀଙ୍କ ଆହ୍ୱାନ କ୍ରମେ ସମାଜସେବୀ ଅଶୋକ ସାହୁ,ଉମେଶ ଭୋଇ,ଦୀପ୍ତି ରଂଜନ ଜୋନା,ଗଗନ ମୂଳିଆ,ସୁଦର୍ଶନ ଜେନା,ସୃତିରଞନ ଦାସ,ବିଜୟ ନାୟକ,ବାବୁନା ଦାସ,ଶରତ ରାଉଳ,ଉତ୍ତମ ମହାନ୍ତି,ବିପନ୍ନ ବିଶ୍ଵଳ,ମନୋରଂଜନ ସେଠୀ,ଚକ୍ରବର୍ତ୍ତୀ ଓତା,ଅନିଲ୍ ଭୋଇ ପ୍ରମୁଖ କର୍ଯ୍ୟକର୍ତା ଉପସ୍ଥିତ ରହି ପରିଷଦର ବୃକ୍ଷ ହିଁ ଜୀବନ କାର୍ଯ୍ୟକ୍ରମକୁ ଉଦଘାଟନ କରିବାସହ ପ୍ରାୟ ୧୦୦ ରୁ ଉର୍ଦ୍ଧ ବହୁ ପ୍ରଜାତିର ବୃକ୍ଷ ରୋପଣ କରାଯାଇ ଗଛ ଗୁଡିକର ସୁରକ୍ଷା ପାଇଁ ତା ଚାରିପଟେ ଗ୍ରୀନ ନେଟ ବ୍ୟବସ୍ଥା ମଧ୍ୟ କରିଛନ୍ତି
ଉତ୍କଳବିକାଶ ପରିଷଦ ପକ୍ଷରୁ ବୃକ୍ଷ ହିଁ ଜୀବନ କାର୍ଯ୍ୟକ୍ରମ ଉଦଘାଟିତ।
|
July 5, 2021 |