ଉଜ୍ଜଳା ଯୋଜନାରେ ମାଗଣା ଗ୍ୟାସ ଦେବା ଅବଧି ବୃଦ୍ଧି

Spread the love

ଭୁବନେଶ୍ୱର, ୦୮/୦୭/୨୦ (ସନ୍ଧାନ ନିଉଜ) : ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟରେ ଆଜି ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଅଧୀନରେ ମାଗଣା ଏଲପିଜି ସିଲିଣ୍ଡର ଯୋଗାଇବା ସମୟ ସୀମାକୁ ଆହୁରି ୩ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ନିଷ୍ପତି ଦେଶର ଗରିବ ମାଆ ଓ ଭଉଣୀମାନଙ୍କୁ ଲାଭ ଦେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଆଜି କେନ୍ଦ୍ର କ୍ୟାବିନେଟ୍ ଦ୍ୱାରା ନିଆଯାଇଥିବା ମହତ୍ୱପୂର୍ଣ୍ଣ ନିଷ୍ପତି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ଶ୍ରୀ ପ୍ରଧାନ। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଭାରତର କରୋନା ବିରୋଧୀ ମୁକାବିଲାରେ ଗୋଟିଏ ମହତ୍ୱପୂର୍ଣ୍ଣ ସ୍ତମ୍ଭ ଭାବେ ଉଭା ହୋଇଛି। ଆଜି କେନ୍ଦ୍ର କ୍ୟାବିନେଟର ନିଷ୍ପତି ଦେଶର ସାଧାରଣ ଲୋକଙ୍କୁ ଲାଭ ଦେବ ଏବଂ ଗରିବ, ଅସହାୟ ଏବଂ ଅସୁରକ୍ଷିତ ଲୋକଙ୍କୁ କୋରନାର ଆର୍ôଥକ ଆହ୍ୱାନକୁ ଦୂର କରିବାରେ ସହାୟକ ହେବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବକା ସାଥ, ସବକା ବିକାଶ ଏବଂ ସବକା ବିଶ୍ୱାସକୁ ମୂଳ ମନ୍ତ୍ର କରି ପଦକ୍ଷେପ ନେଉଛନ୍ତି ଏବଂ କେନ୍ଦ୍ର କ୍ୟାବିନେଟ୍ ଦ୍ୱାରା ନିଆଯାଇଥିବା ନିଷ୍ପତି ସମାଜର ସମସ୍ତ ବର୍ଗ ବିଶେଷ ଭାବରେ ଗରିବ ଲୋକଙ୍କ କଲ୍ୟାଣ ଏବଂ ସମାଜର ସର୍ବତ୍ର ବିକାଶକୁ ନିଶ୍ଚିତ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ସେ କହିଛନ୍ତି ଆସନ୍ତା ନଭେମ୍ବର ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ବୃଦ୍ଧି କରାଯିବା ନିଷ୍ପତି ମୋଦି ସରକାରଙ୍କ ଦୁଃଖ ସମୟରେ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ନିରନ୍ତର ସହାୟତା ଯୋଗାଇଦେବାର ପ୍ରତିବଦ୍ଧତାକୁ ଦର୍ଶାଉଛି। ଏହି ଯୋଜନା ଅଧୀନରେ ଦେଶର ୮୦ କୋଟିରୁ ଉର୍ଦ୍ଧ୍ୱ ଲୋକମାନେ ମାଗଣା ଖାଦ୍ୟାନ୍ନ ପାଇପାରିବେ।

ସେହିପରି ଇପିଏଫ କ୍ଷେତ୍ରରେ ସମୟ ସୀମା ଜୁନରୁ ଅଗଷ୍ଟ ଯାଏଁ ଅର୍ଥାତ୍ ଆହୁରି ୩ ମାସ ପାଇଁ ବୃଦ୍ଧି କରାଯାଇଛି। ଯୋଜନା ଅନୁଯାୟୀ ପ୍ରତି ମାସ ଇପିଏଫରେ ଜମା ହେଉଥିବା କର୍ମଚାରୀଙ୍କ ମାସିକ ଦରମାର ୧୨ ପ୍ରତିଶତ ଅଂଶଧନ ଓ ନିଯୁକ୍ତିଦାତାଙ୍କ ତରଫରୁ ଜମା ହେଉଥିବା ୧୨ ପ୍ରତିଶତ ଅଂଶଧନକୁ ମିଶାଇ ସମୁଦାୟ ୨୪ ପ୍ରତିଶତ ଅଂଶଧନ ଟଙ୍କାକୁ ଆହୁରି ତିନି ମାସ ପାଇଁ ସରକାର ଜମା କରିବେ। ଏହି ନିଷ୍ପତି ୭୨ ଲକ୍ଷ କର୍ମଚାରୀଙ୍କୁ ଲାଭ ଦେବ ଏବଂ ସେମାନଙ୍କ ଆର୍ଥିକ ସମସ୍ୟାକୁ ଦୂର କରିବ।

ପବ୍ଲିକ ସେକ୍ଟରର ବୀମା କମ୍ପାନୀ ଗୁଡ଼ିକରେ ୧୨ ହଜାର ୪୫୦ କୋଟିର କ୍ୟାପିଟାଲ୍ ଇନଫ୍ୟୁଜନ ନିଷ୍ପତି ନିଆଯାଇଛି। ସହରାଞ୍ଚଳର ପ୍ରବାସୀ ତଥା ଗରିବଙ୍କ ପାଇଁ ସୁଲଭରେ ଭଡ଼ା ଘର ଯୋଗାଯିବା ଲୋକଙ୍କୁ ଲାଭ ଦେବ ଓ କେନ୍ଦ୍ର କ୍ୟାବିନେଟ୍‌ରେ ନିଆଯାଇଥିବା ଅନେକ ନିଷ୍ପତି ଶ୍ରମିକ, ବ୍ୟବସାୟ, ଏମଏସଏମଇ ଏବଂ ସମାଜରର ଅନେକ କ୍ଷେତ୍ରରେ ଲୋକଙ୍କ ଆତ୍ମବିଶ୍ୱାସ ସୃଷ୍ଟି କରିବ ଶ୍ରୀ ପ୍ରଧାନ କହିଛନ୍ତି।

Related Posts

About The Author

Add Comment