ସୁନ୍ଦରଗଡ ତା:୯/୧୦/୨୦୨୧( ସନ୍ଧାନ ନିଉଜ /ରାଜୁ ପଟେଲ ) ଟାଙ୍ଗରପାଳି ବ୍ଲକ ଅନ୍ତର୍ଗତ ଉଜ୍ଜଳ ପୁର ବନ ଚେତନା କେନ୍ଦ୍ରରେ ଏକ ବନ ଉଦ୍ଧାରିକରଣ ପାଇଁ ଏକ ସ୍ୱତନ୍ତ୍ର ସଭା ଅନୁଷ୍ଠିତ ହୋଇଛି । ଏହି ସଭାରେ ମୁଖ୍ୟ ଅତିଥି ଭାବରେ ଟାଙ୍ଗରପାଳି ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ଜଟିଆ ମୁଣ୍ଡା ଯୋଗଦେଇ ଥିଲେ । ଏହି କରୋନା ସମୟରେ ନୂତନ ରୋଜଗାର ସୃଷ୍ଟି କରିବାରେ ବନ ସୁରକ୍ଷା କମିଟିର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଟାଙ୍ଗର ପାଳି ଅଧ୍ୟକ୍ଷ ଶ୍ରୀଯୁକ୍ତ ଜଟିଆ ମୁଣ୍ଡା ଜଣାଇଥିଲେ । ବନ ପ୍ରକଳ୍ପ ଅଧିକାରୀଙ୍କ ପ୍ରଚେଷ୍ଟା ମାଧ୍ୟମରେ ନୂତନବିକଳ୍ପ ଜୀବିକାର ସୁବିଧା କରାଯାଉଛି। ଟାଙ୍ଗରପାଲି ବ୍ଲକ ର ସହକାରୀ ଉଦ୍ୟାନ ଅଧିକାରୀ ସମ୍ମାନୀୟ ଅତିଥି ଭାବେ ଯୋଗଦେବା ସହିତ ଉଜ୍ଜଳପୁର ବନାଞ୍ଚଳ ତରଫରୁ ବନପାଳ ବିମଲଶେଖର ଦାସ ସହିତ ବନା ଞ୍ଚଳର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଏହି ପରିପେକ୍ଷିରେ ଫୁଲଢୁଡି, ତିନିକୁଡ଼ା,ମେକଡେଗା, ତସୁପଡା,ତୁରଙ୍ଗାଗଡ଼ ସହିତ ବନ ସୁରକ୍ଷା ସମିତିର ୧୨୩ଜଣକର୍ମୀ ଙ୍କୁ ଚାରୋଟି ପର୍ଯାୟରେ ତାଲିମ ପ୍ରଦାନ କରାଯାଇଥିଲା । ଓଡ଼ିଶା ବନାଞ୍ଚଳ ପ୍ରକକ୍ପର ଦ୍ଵିତୀୟ ପର୍ଯାୟରେ ଉଜ୍ଜ୍ୱଳପୁର ପରିଚାଳନା କମିଟିରୁ ୩୧ଟି ବନ ସୁରକ୍ଷା କମିଟିକୁ ନେଇ କ୍ଷତିଗ୍ରସ୍ତ ଜଙ୍ଗଲର ପୁନରୁଦ୍ଧାର ତଥା ନୂତନ ଜୀବିକା ରେ ଉନ୍ନତି ଆଣିବାପାଇଁ ଏକ ବ୍ୟାପକ ପ୍ରୟାସ କରାଯାଉଛି ।
ଉଜ୍ଜଳପୁର ବନ ଚେତନା କେନ୍ଦ୍ରରେ ବନବିଭାଗ ତରଫରୁ ଷତିଗ୍ରସ୍ତ ଜଙ୍ଗଲର ଉଦ୍ଧାର ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ
|
October 9, 2021 |
