-ଉଜ୍ଜଲା ଯୋଜନାକୁ କେନ୍ଦ୍ରକରି ଓଡ଼ିଶାର ଉଜ୍ଜଲା ଦିଦି ସଙ୍ଘର ରାଷ୍ଟ୍ରପତି ସହିତ ପ୍ରଧାନମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ

Spread the love

-ଉଜ୍ଜଲା ଯୋଜନାକୁ କେନ୍ଦ୍ରକରି ଓଡ଼ିଶାର ଉଜ୍ଜଲା ଦିଦି ସଙ୍ଘର ରାଷ୍ଟ୍ରପତି ସହିତ ପ୍ରଧାନମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ

ସୁନ୍ଦରଗଡ ତା:୨୭/୫/୨୦୨୩( ସନ୍ଧାନ ନିଉଜ/ରାଜୁ ପଟେଲ (ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଓଡ଼ିଶା ରାଜ୍ୟ ଉଜ୍ଜ୍ବଳା ଦିଦି ସଂଘ, କଟକ ଜିଲ୍ଲା ତରଫରୁ ଆଜି କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।ଭାରତବର୍ଷରେ ଭାରତ ସରକାରଙ୍କ ଦ୍ୱାରା ପ୍ରତିଟି ଗରିବ ଲୋକଙ୍କ ଘରେ ଉଜ୍ଜ୍ବଳା ଗ୍ୟାସ୍ ଯୋଗାଇ ଦିଆଗଲା । ଯାହା ଫଳରେ କୋଟି କୋଟି ଲୋକ ଉପକୃତ ହେଲେ । ଯାହାକି ଭାରତର ପ୍ରଧାନମନ୍ତ୍ରୀ ବିଭିନ୍ନ ସଭାସମିତିରେ ଭାଷଣ ମାଧ୍ୟମରେ କହିଛନ୍ତି।

ଏହା ଆମ ଦେଶ ପାଇଁ ଗର୍ବ ଓ ଗୌରବର ବିଷୟ । ଓଡ଼ିଶାରେ ମଧ୍ୟ ଏହି କାର୍ଯ୍ୟକୁ ସାକାର କରିବା ପାଇଁ ଉଜ୍ଜ୍ୱଳା ଦିଦି ମାନଙ୍କୁ ଦାୟିତ୍ଵ ଦିଆଯାଇଥିଲା । ସେମାନେ ସରକାରଙ୍କର ଏହି ଯୋଜନାକୁ ସଫଳ କରିବା ଦିଗରେ ସହଯୋଗର ହାତ ବଢ଼ାଇଥିଲେ । ଓଡ଼ିଶାରେ କାର୍ଯ୍ୟ ରତ ଉଜ୍ଜ୍ବଳା ଦିଦି ମାନଙ୍କର କିଛି ଦାବି ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଓଡ଼ିଶା ରାଜ୍ୟ ଉଜ୍ଜ୍ବଳା ଦିଦି ସଂଘ, କଟକ ଜିଲ୍ଲା ତରଫରୁ ମାନ୍ୟବର କଟକ ଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତି ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା ।

ଦାବି ଗୁଡ଼ିକ ମଧ୍ୟରେ ଉଜ୍ଜ୍ବଳା ଦିଦି ମାନଙ୍କୁ କାର୍ଯ୍ୟ ଦେବା ସମୟରେ ଯେଉଁ ସବୁ ପ୍ରତିଶ୍ରୁତି ଦିଆଯାଇଥିଲା ତାହା କାର୍ଯ୍ୟକାରୀ କରିବା, ସମସ୍ତ ଉଜ୍ଜ୍ୱଳା ଦିଦି ମାନଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଗାଇ ଦେବା, ଉଜ୍ଜ୍ବଳା ଦିଦି ମାନଙ୍କୁ କର୍ମ ନିଯୁକ୍ତି ଯୋଜନାରେ କାମ ଯୋଗାଇ ଦେବା ସହ ପାରିଶ୍ରମିକ ଯୋଗାଇ ଦିଆଯିବା ଅନ୍ତର୍ଭୁକ୍ତ ଅଟେ । ଉକ୍ତ କାର୍ଯ୍ୟକ୍ରମରେ ଓଡିଶା ରାଜ୍ୟ ଉଜ୍ଜ୍ବଳା ଦିଦି ସଂଘର ରାଜ୍ୟ ସଂଯୋଜିକା ବୀଣାପାଣି ବେହେରା, ଭାରତୀୟ ମଜଦୁର ସଂଘର ବରିଷ୍ଠ କର୍ମକର୍ତ୍ତା ବସନ୍ତ କୁମାର ସାହୁ, କଟକ ଜିଲ୍ଲା ସମ୍ପାଦକ ଭାଗୀରଥି ବେହେରା, ଉଜ୍ଜ୍ବଳା ଦିଦି ମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ ।
ଓଡ଼ିଶା ରାଜ୍ୟ ଉଜ୍ଜ୍ବଳା ଦିଦି ସଂଘର ଉପଦେଷ୍ଟା ଜ୍ୟୋତ୍ସ୍ନା ରାଣୀ ସିଂ, କଟକ ଜିଲ୍ଲା ସଂଯୋଜିକା ମନୋରମା ଲେଙ୍କା ପ୍ରମୁଖ କାର୍ଯ୍ୟକ୍ରମର ନେତୃତ୍ବ ନେଇଥିଲେ ।

Related Posts

About The Author

Add Comment