ଭୁବନେଶ୍ୱର, ୧୮/୦୪/୨୨ (ସନ୍ଧାନ ନିଉଜ) ଉଚ୍ଚ ଶିକ୍ଷାନୁଷ୍ଠାନରେ ଖରା ଛୁଟି କମାଇଲେ ସରକାର । ଜୁନ୍ ୧ରୁ ଜୁନ୍ ୧୬ ତାରିଖ ପର୍ଯ୍ୟନ୍ତ ଖରା ଛୁଟି ପାଇଁ ନିଷ୍ପତ୍ତି ନିଆଯାଇଛି । ଏନେଇ ବିଶ୍ୱ ବିଦ୍ୟାଳୟ କୁଳପତି ଓ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଦିଆଯାଇଛି ।
ତେବେ ଖରା ଛୁଟି କମାଇବା ନେଇ ଚିଠି ଲେଖି ଉଚ୍ଚ ଶିକ୍ଷା ବିଭାଗ ପ୍ରମୁଖ ସଚିବ ନିର୍ଦ୍ଦେଶ ଦେଇଛନ୍ତି । କୋଭିଡ ପାଇଁ ପାଟପଢା ପ୍ରଭାବିତ ହୋଇଥିବାରୁ ଖରାଛୁଟିକୁ କମାଇ ଦିଆଯାଇଛି ।
ସେହିପରି ଯଦି ଦରକାର ପଡେ ତେବେ ଛୁଟି ଦିନ ଓ କାର୍ଯ୍ୟଦିବସରେ ଅତିରିକ୍ତ କ୍ଲାସ କରାଯିବ । ତେବେ ପୂର୍ବରୁ ସ୍କୁଲ ଗୁଡିକରେ ଖରା ଛୁଟିକୁ କମାଇ ଦିଆଯାଇଥିବା ବେଳେ ଏବେ କଲେଜର ଖରା ଛୁଟିକୁ କମାଇ ଦିଆଯାଇଛି ।