ଧର୍ମଶାଳା, (ସନ୍ଧାନ ନିୟୁଜ/ ସନ୍ତୋଷ ରାଉତ) ଧର୍ମଶାଳା ବ୍ଲକର କାର୍ଯ୍ୟରତ ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତୁ୍ୟ ରହସ୍ୟ ଉପରୁ ତୁରନ୍ତ ପରଦା ଉଠାଇବା ଏବଂ ପିଇଓ ଏବଂ ଜିଆରଏସ ମାନଙ୍କୁ ସୁରକ୍ଷା ପ୍ରଦାନ କରିବା ଦାବିରେ ଆଜି ଧର୍ମଶାଳା ବ୍ଲକ ପିଇଓ ଏବଂ ଜିଆରଏସ ସଂଘ ପକ୍ଷରୁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଜିଲ୍ଲାପାଳ ଏବଂ ରାଜ୍ୟ ମହିଳା କମିଶନଙ୍କ ପାଖରେ ବିଡିଓଙ୍କ ଜରିଆରେ ଦାବି କରାଯାଇଛି । ଏନେଇ ଏକ ୮ଦଫା ସମ୍ବଳିତ ଦାବି ପତ୍ର ବିଡିଓ ହେମନ୍ତ କୁମାର ସ୍ୱାଇଁଙ୍କୁ ପ୍ରଦାନ କରିଛନ୍ତି । ନିର୍ମଳ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜରୁରୀ ବୈଠକରେ ବ୍ଲକର ସମସ୍ତ ପିଇଓ ଏବଂ ଜିଆରଏସ ମାନେ ଉପସ୍ଥିତ ରହି ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିବା ସହିତ ବ୍ଲକ ପ୍ରଶାସନ ପକ୍ଷରୁ ସରକାର ଏବଂ ପୋଲିସ ତୁରନ୍ତ ଏହାର ରହସ୍ୟ ଉପରେ ପରଦା ଉଠାଇବାକୁ ଦାବି କରିଛନ୍ତି । ଅନ୍ୟପଟରେ ସରକାରୀ ଭାବେ ମଧ୍ୟ ବ୍ଲକ ପ୍ରଶାସନ ଏକ ଶୋକସଭା ବ୍ଲକର ଅଧ୍ୟକ୍ଷ ପ୍ରଭାତ ବଳବନ୍ତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଡିଓଙ୍କ ସମେତ ଏବିଡିଓ ଏବଂ ଅନ୍ୟ ସମସ୍ତ କର୍ମଚାରୀ ଉପସ୍ଥିତ ରହି ନିରବ ପାର୍ଥାନ କରି ଅମର ଆତ୍ମାର ସଦଗତି କାମନା କରିଥିଲେ । ପେ ବ୍ଲକ ପ୍ରଶାସନ ଏହାର ତୁରନ୍ତ ତଦନ୍ତ ଦାବି କରିବା ସହିତ ପ୍ରଶାସନ ପୋଲିସକୁ ଲିଖିତ ଅଭିଯୋଗ କରିବା ଏବଂ କ୍ଷେତ୍ରସ୍ଥଳରେ କାର୍ଯ୍ୟକରୁଥିବା ଅନ୍ୟନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ଏଥିରେ ଦୋଷୀ ଯେକେହିବି ହେଉ ଦଣ୍ଡ ପାଉ ବୋଲି ସମସ୍ତେ ଦାବି କରିଥିଲେ ।
ଉଚ୍ଚସ୍ତରୀୟ ତଦନ୍ତ ଏବଂ ନ୍ୟାୟ ଦାବି କଲା ପିଇଓ ଏବଂ ଜିଆରଏସ ସଂଘ
|
October 18, 2019 |
![](https://sandhannews.com/wp-content/uploads/2019/10/IMG-20191018-WA0025.jpg)