ମୟୁରଭଞ୍ଜ, ୦୩/୦୬/୨୦୨୧ (ସନ୍ଧାନ ନିଉଜ) : ଉକôଳ ସାହିତ୍ୟ ସମାଜର ସାଧାରଣ ସମ୍ପାଦକ ମିନାକ୍ଷୀ ଦେବୀଙ୍କ ପରଲୋକରେ ବାରିପଦା ଗୋପବନ୍ଧୁ ସାହିତ୍ୟ ସଂସଦ ପକ୍ଷରୁ ଗଭୀର ଶୋକ ବ୍ୟକ୍ତ କରାଯାଇଛି । ଜଣେ ସଫଳ ଗାଳ୍ପିକା, ନାଟ୍ୟକାର, ଗୀତିକବି, ପ୍ରାବନ୍ଧିକ ଓ ଶିଶୁ ସାହିତି୍ୟକ ଭାବରେ ତାଙ୍କର ଯଥେଷ୍ଟ ସୁନାମ ଥିଲା ବୋଲି ଶୋକ ବାର୍ତ୍ତାରେ ସଂସଦର ସଭାପତିଡ଼. ସରୋଜ କୁମାର ନାୟକ, ସମ୍ପାଦକ ଅମିତାଭ ମିଶ୍ର, ସଦସ୍ୟ ଅଧ୍ୟାପକ ଅଶୋକ କୁମାର ପୁଷ୍ଟି , କବୟିତ୍ରୀ ସୁନୀତାରାଣୀ ପ୍ରମୁଖ ଉଲ୍ଲେଖ କରିଛନ୍ତି । ଓଡ଼ିଶା ସାହିତ୍ୟ ଏକାଡେମୀ, ଓଡ଼ିଶା ସଂଗୀତ ନାଟକଏକାଡ଼େମୀ ଦ୍ୱାରା ସମ୍ମାନିତା ଏହି ମହାନ ପ୍ରତିଭାଙ୍କର ବିୟୋଗରେ ଓଡ଼ିଶା ସାହିତ୍ୟ ଜଗତର ଅପୂରଣୀୟ କ୍ଷତି ଘଟିଲା ବୋଲି ମତ ପ୍ରକାଶ ପାଇଛିା