ଇସ୍ରାଏଲଠାରୁ ୧୫ଟି ଘାତକ ସୁଇସାଇଡ ଡ୍ରୋନ କିଣିବ ଭାରତ

Spread the love

ନୂଆଦିଲ୍ଲୀ, ୨୮/୧(ସନ୍ଧାନ ନିୟୁଜ) : ଚୀନ ଓ ପାକିସ୍ତାନ ପଟୁ ବିପଦ ବଢୁଥିବାରୁ ଭାରତୀୟ ବାୟୁସେନାକୁ ଆହୁରି ଶକ୍ତିଶାଳୀ କରିବାକୁ ସରକାର ଆଉ କେତେକ ପଦକ୍ଷେପ ସଂପର୍କରେ ବିଚାର କରୁଛନ୍ତି । ଏଥିରେ ରହିଛି ଆତ୍ମଘାତି ଡ୍ରୋନ କିଣିବା । ଏହି ଡ୍ରୋନ ଗୁଡ଼ିକର ନାମ ହେଉଛି ହାରୋପ ଡ୍ରୋନ । ଏଗୁଡ଼ିକର ବିଶେଷତ୍ୱ ହେଉଛି ଯେ ଏହା ସାଧାରଣ ଡ୍ରୋନ ପରି ଶତ୍ରୁପକ୍ଷ ଉପରେ ବୋମାମାଡ କରିବା ସହ ଶେଷରେ ଶତ୍ରୁପକ୍ଷର ଗୁରୁତ୍ୱପୂର୍ଣ୍ଣ ସାମରିକ ପ୍ରତିଷ୍ଠାନ ଯେପରିକି ରାଡାର କେନ୍ଦ୍ର, ବିମାନଘାଟି, କଣ୍ଟ୍ରୋଲ ରୁମ ଉପରେ ମାଡ ହୋଇ ନିଜେ ଧ୍ୱଂସ ହୋଇଯିବା ସହ ସେଗୁଡ଼ିକୁ ଧ୍ୱଂସ କରିଦେବ । ଅର୍ଥାତ ଏହି ଡ୍ରୋନଟି ଏକ ମିସାଇଲରେ ପରିଣତ ହୋଇଯିବ ।

କିଛି ବର୍ଷ ତଳେ ଭାରତ ଏପରି ଡ୍ରୋନ ପାଇବା ପାଇଁ ଇସ୍ରାଏଲ ସହ ଚୁକ୍ତି କରିଥିଲା । ସେଗୁଡ଼ିକ ମଧ୍ୟରୁ କିଛି ଡ୍ରୋନ ଏବେ ଭାରତୀୟ ବାୟୁ ସେନା ପାଖରେ ପହଞ୍ଚିଯାଇଛି । ଏବେ ଆଉ ୧୫ଟି ହାରୋପ ଡ୍ରୋନ ଖରିଦ କରିବାକୁ ଭାରତ ଇସ୍ରାଏଲକୁ ଜଣାଇଛି । ଏ ସଂପର୍କରେ ଏବେ ପ୍ରତିରକ୍ଷା ମନ୍ତ୍ରାଳୟରେ ବିଚାର ବିମର୍ଷ ଚାଲିଛି ।

 

Related Posts

About The Author

Add Comment