ରାଉରକେଲା ୩୦/୧ (ସନ୍ଧାନ ନିୟୁଜ) : ଆଜି ପବିତ୍ର ବସନ୍ତ ପଂଚମୀରେ ବିଦ୍ୟାର ଦେବୀ ମା’ ସରସ୍ୱତୀଙ୍କ ପୂଜାର୍ଚ୍ଚନା ରାଉରକେଲାରେ ଥିବା ବିଭିନ୍ନ ସ୍କୁଲ, କଲେଜ, ଘରୋଇ ଶିକ୍ଷାନୁଷ୍ଠାନ, କୋଚିଙ୍ଗ ସେଂଟର ଓ କମ୍ପୁଟର ପ୍ରଶିକ୍ଷଣ କେନ୍ଦ୍ରରେ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇ ଯାଇଛି । ସରସ୍ୱତୀ ପୂଜାରେ ପ୍ରାୟ ସବୁଠି ବିଦ୍ୟାର୍ଥୀ ମାନଙ୍କ ଗହଳି ଦେଖିବାକୁ ମିଳିଥିଲା । ସାରନଗରୀ କଳିଙ୍ଗ ପରିସରରେ ଥିବା ଶିଷ୍ଟ୍ରୀ ଇନଫୋଟେକରେ ସରସ୍ୱତୀ ପୂଜାର ଆୟୋଜନ କରାଯାଇଥିଲା । ଅନୁଷ୍ଠାନର ନିର୍ଦ୍ଦେଶକ ତପନ କୁମାର ଭୂୟାଁ ,ମଂଜୁଶ୍ରୀ ମଲ୍ଲିକ ପୁଜା କାର୍ଯ୍ୟ ତୁଲାଇଥିବା ବେଳେ, କର୍ତା ଭାବେ ମାନସ ରଂଜନ ପଶାୟତ ସାମିଲ ହୋଇଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଶିଷ୍ଟ୍ରୀ ଭୂୟାଁ, ଶ୍ରୀଲକ୍ଷ୍ମୀ ଭୂୟାଁ, ପ୍ରୀୟଙ୍କା ପଣ୍ଡା,ମାନସ ରଂଜନ ପଶାୟତଙ୍କ ସମେତ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପରମାନନ୍ଦ ସିଂ, ଗୌରବ ମହାରଣା, ଇରା ମହାନ୍ତି, ଲିଲିମା ରାଉତିଆ, ଯୋଗଣ୍ରୀ ମୁଣ୍ଡା, ସମଲ ନାୟକ, ସିମ୍ପଲ ନାୟକ , ଶ୍ରୀ ବେହୁରା, ସାଇକ୍ରୀଷ୍ଣା ନାୟକ,ପ୍ରିୟଦର୍ଶନୀ ଦାଶ, ରଶ୍ମୀ, ଶୀତଲ ବର୍ଣ୍ଣୱାଲ, ସସ୍ମିତା, ଗୁଡ଼ୁ, ଗୋଲୁ, ଉପସ୍ଥିତ ଥିଲେ ।
ସେହିପରି ବିର୍ସାମୁଣ୍ଡା ବାଳିକା ହାଇସ୍କୁଲ ନିକଟ କୁନା ସାରଙ୍କ ଘରୋଇ ଶିକ୍ଷାନୁଷ୍ଠାନରେ ସରସ୍ୱତୀ ପୂଜାର ଆୟୋଜନ କରାଯାଇଥିଲା । ସଂସ୍ଥାର ନିର୍ଦ୍ଦେଶକ ସୂର୍ଯ୍ରକାନ୍ତ ସାମଲ ପୂଜା କାର୍ଯ୍ୟ ତୁଲାଇଥିବା ବେଳେ, ଛାତ୍ରଛାତ୍ରୀଙ୍କ ଲାଗି ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା । ଦକ୍ଷିଣ ରାଉରକେଲାର ଅନ୍ୟାନ ଘରୋଇ ଶିକ୍ଷାନୁଷ୍ଠାନ ଯେପରି ବିଦ୍ୟା ଷ୍ଟଡ଼ି ପଏଂଟ, କ୍ୱାଲିଟି କୋଚିଙ୍ଗ ସେଂଟର, ଏମସ ଇନଷ୍ଟିଚ୍ୟୁଟ ଓ ରାଉରକେଲାର ୧୦୦ରୁ ଉର୍ଦ୍ଧ ବେସରକାରୀ ଶିକ୍ଷାନୁଷ୍ଠାନରେ ବିଦ୍ୟାଦେବୀଙ୍କୁ ଆରାଧନା କରିଥିଲେ ଛାତ୍ରଛାତ୍ରୀ । ଏହା ବ୍ୟତୀତ ସହରରେ ବହୁ ଜାଗାରେ ମା ସରସ୍ୱତୀଙ୍କ ମୁଣ୍ମୟୀ ମୂର୍ତୀ ସଜ୍ଜିତ ପୂଜା ପେଣ୍ଡାଲ ମଧ୍ୟ ଦେଖିବାକୁ ମିଳିଥିଲା ।