ଜଗନ୍ନାଥ ସଂସ୍କୃତି ବିଶ୍ବବ୍ୟାପୀ ସଂସ୍କୃତି, ଏହି ସଂସ୍କୃତି କୁ ନେଇ ପ୍ରତ୍ୟେକ ଓଡିଆ ଗର୍ବ ଅନୁଭବ କରେ। ମହାପ୍ରଭୁ ଜଗନ୍ନାଥ ସତ୍ୟ ଯୁଗରେ ଆବିର୍ଭାବ ହୋଇ ଥିଲେ। ସେତେ ବେଳେ ରାଜା ଇନ୍ଦ୍ରଦ୍ୟୁମ୍ନ ଜଗନ୍ନାଥ ମନ୍ଦିର ର ପ୍ରତିଷ୍ଠା ପାଇଁ ବ୍ରହ୍ମ ପୁର ଯାଇ ଥିଲେ। ନିଜେ ବ୍ରହ୍ମ ଦେବ ଏହି ମନ୍ଦିର ପ୍ରତିଷ୍ଠା କରନ୍ତୁ ବୋଲି ରାଜା ଇନ୍ଦ୍ରଦ୍ୟୁମ୍ନ ଇଚ୍ଛା ପ୍ରକାଶ କରି ଥିଲେ। ସେ ଯାହା ହେଉ ନା କାହିଁକି ମହାପ୍ରଭୁ ଜଗନ୍ନାଥ ଙ୍କ ମନ୍ଦିର କଳି ଯୁଗରେ ପ୍ରତିଷ୍ଠା ହୋଇ ଥିଲା। ମହାପ୍ରଭୁ ଜଗନ୍ନାଥଙ୍କ ନିତିକାନ୍ତି ଏକ ନିର୍ଦ୍ଦିଷ୍ଟ ନିୟମ ଅନୁସାରେ ପ୍ରଚଳିତ ହୋଇ ଆସୁଛି। ମହାପ୍ରଭୁ ଜଗନ୍ନାଥଙ୍କ ରଥ ଯାତ୍ରା, ସ୍ନାନ ଯାତ୍ରା ବର୍ଷକ ରେ ଥରେ ନିର୍ଦ୍ଦିଷ୍ଟ ତିଥିରେ ଆରମ୍ଭ ହୁଏ। ବଡ ଦୁଃଖର ବିଷୟ ଇସ୍କନ ସଂସ୍ଥା ଏହି ରଥ ଯାତ୍ରା, ସ୍ନାନ ଯାତ୍ରା ବିଦେଶ ରେ ଶହେ ଦଶ ଥର କରିବ ବୋଲି ଏକ ତାଲିକା ପ୍ରସ୍ତୁତ କରିଛି। ଏହି ଘୋଷଣା ପତ୍ର ମହାରାଜ ଦିବ୍ୟସିଂହ ଦେବ ଙ୍କୁ ମର୍ମାହତ କରିଛି। ତେଣୁ ସେ ଏପରି କାର୍ଯ୍ୟ ରୁ ଇସ୍କନ ଦୂରେଇ ରହୁ ବୋଲି ସାମ୍ୱାଦିକ ସମ୍ମିଳନୀ ରେ ପ୍ରକାଶ କରି ଥିଲେ।ଏ ଘଟଣା ପ୍ରକାଶ ପାଇବା ପରେ ରାଜ୍ୟ ସରକାର ଙ୍କ ଆଇନ ମନ୍ତ୍ରୀ ପ୍ରୁଥିରାଜ ହରିଚନ୍ଦନ ଇସ୍କନ କୁ ଚରମ ବାଣୀ ଶୁଣାଇ ଛନ୍ତି। ସେ ଇସ୍କନ ବିରୁଦ୍ଧ ରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ଭାରତ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଦେଶ ବ୍ୟାପି ଆନ୍ଦୋଳନ କରିବୁ ବୋଲି ଚାରି ଧାମ ର ଶଙ୍କରାଚାର୍ଯ୍ୟ ଇସ୍କନ ର ଉଚ୍ଚ କତୃପକ୍ଷ ଙ୍କୁ ଚେତାବନୀ ଦେଇଛନ୍ତି। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ ନିଯୁଜ୍ ସନ୍ଧାନ।
ଇସ୍କନ କୁ ପାନେ ଦେବାକୁ ଧମକ ଦେଲେ ଆଇନ ମନ୍ତ୍ରୀ ପୃଥିରାଜ୍ ହରିଚନ୍ଦନ।
|
April 13, 2026 |



