ଇରାନରୁ ତେଲ ଆମଦାନୀ ଉପରେ କଟକଣା, କୋହଳତା ସମୟସୀମା ଆଉ ୬ ମାସ ବଢାଇବାକୁ ଭାରତର ଅନୁରୋଧ

Spread the love

ନୂଆଦିଲ୍ଲୀ, ୧୦/୫ (ସନ୍ଧାନ ନିୟୁଜ)- : ଇରାନରୁ ତେଲ ଆମଦାନୀ ଉପରେ ଆମେରିକା କଟକଣା ଲଗାଇବା ପରେ ଭାରତରେ ତେଲଦର ବଢିବାର ଆଶଙ୍କା ରହିଛି । ଗତ ୨ ତାରିଖରୁ ଭାରତର ଉପରେ ଆମେରିକା ଦେଇଥିବା କୋହଳତା ସମୟ ଶେଷ ହୋଇଯିବା ପରେ ଏିହ ସମୟକୁ ଆଉ ୬ ମାସ ବଢାଇବାକୁ ଭାରତ ଆମେରିକାକୁ ଅନୁରୋଧ କରିଛି । କିନ୍ତୁ ଏ ନେଇ ଆମେରିକା ନିଜର ସ୍ଥିତି ସ୍ପଷ୍ଟ କରିନାହିଁ । ଏ ପରିସ୍ଥିତିରେ ଇରାନ କହିଛି ଯେ ଭାରତ ନିଜର ଜାତୀୟ ସ୍ୱାର୍ଥକୁ ଦୃଷ୍ଟିରେ ରଖି କେଉଁଠୁ ତେଲ କିଣିବ ସେ ସଂପର୍କରେ ନିଷ୍ପତ୍ତି ନେଇପାରିବ । କିନ୍ତୁ ଭାରତ ଇରାନ ପରି ଏକ ଭରଷାଯୋଗ୍ୟ ତେଲ ଉତ୍ସକୁ ଭୁଲିଯିବା ଉଚିତ ନୁହେଁ । ଭାରତରେ ଥିବା ଇରାନର ରାଷ୍ଟ୍ରଦୂତ ଅଲି ଚେଗେନି କହିଛନ୍ତି ଯେ ଆମେରିକା କଟକଣାର ପ୍ରଭାବ ଭାରତ-ଇରାନ ମିଳିତ ଉଦ୍ୟମରେ ପ୍ରତିଷ୍ଠିକ ଚାବାହର ବନ୍ଦର ଉପରେ ମଧ୍ୟ ପଡିବ ।

ଭାରତ ନିଜ ତୈଳ ଆବଶ୍ୟକତାର ଏକ ବଡ଼ ଭାଗ ଇରାନରୁ ଆମଦାନୀ କରିଥାଏ । ଭାରତ ବର୍ଷକୁ ପ୍ରାୟ ୨୩.୫ ନିୟୁତ ଟନ୍ ଅଶୋଧିତ ତେଲ ଇରାନରୁ ଆମଦାନୀ କରିଥାଏ। ଭାରତର ମୋଟ ତେଲ ଆମଦାନୀରେ ଇରାନର ଯୋଗଦାନ ପ୍ରାୟ ୧୦ ପ୍ରତିଶତରୁ ଅଧିକ ରହିଥାଏ। ତେଣୁ ଏତେ ପରିମାଣର ତେଲ ଆମଦାନୀ ଅନୁମତି ଭାରତକୁ ନମିଳିବା ଫଳରେ ସରକାରଙ୍କ ଚିନ୍ତା ବଢ଼ିଯାଇଛି।

Related Posts

About The Author

Add Comment