ଇରାକ‌ର କୋଭିଡ ହସପିଟାଲ୍‌ରେ ନିଆଁ ଲାଗି ୮୨ ମୃତ, ୧୧୦ ଗୁରୁତର ଆହତ

Spread the love

ବାଗଦାଦ,୨୫/୦୪.(ସନ୍ଧାନ ନ୍ୟୁଜ); ଇରାକର ବାଗଦାଦ ସହରର ଏକ ଡାକ୍ତରଖାନ ନିକଟରେ ଗୋଟିଏ ଅକ୍ସିଜେନ ଟ୍ୟାଙ୍କର ବିସ୍ପୋରଣ ହେବା ଫଳରେ ୮୨ ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ୧୧୦ ଜଣ ଗୁରୁତର ଭାବରେ ଆହାତ ହୋଇଛନ୍ତି । ଏହି ଡାକ୍ତରଖାନାରେ କରୋନାରେ ପିଡିତ ରୋଗିଙ୍କର ଚିକିତ୍ସା ଚାଲିଥିଲା ବୋଲି ଇରାକ୍‌ର ଅନ୍ତରାଜ୍ୟ ମନ୍ତ୍ରାଳୟର ମୁଖପାତ୍ର ସୂଚନା ଦେଇଛନ୍ତି ।

ଏହା ସହିତ ସେ କହିଛନ୍ତି ଯେ ଭବିସ୍ୟତରେ ଯେପରି ଏଭଳି ଅଭାବନିୟ ଘଟଣା ନଘଟେ ସେଥିଲାଗି ଆମେ ସବୁ ଡାକ୍ତରଖାନା ଗୁଡିକର ଅଗ୍ନି ନୀରାପତା ବ୍ୟବସ୍ଥାକୁ କଡାକଡି ଭାବରେ ଯାଚଂ କରିବୁ ବୋଲି କହିଛନ୍ତି ।

ଗତକାଲି ବାଗଦାଦ୍ ଅଚଂଳର ଇବନ୍ ଖତିବ୍ ଡାକ୍ତରକାନାରେ ନିଆଁ ଲାଗି ଏଭଳି ଘଟଣା ଘଟିଛି । ପୁର୍ବରୁ ମୃତକଙ୍କ ସଂଖ୍ୟା ୩୫ ରୁ ୪୦ ଭିତରେ ହେବ ବୋଲି କୁହାଯାଉଥିଲା ବେଳେ ଏହା ଏବେ ୮୨ରେ ପହଁଚିଛି ।

ଜଣେ ପ୍ରତ୍ୟକ୍ଷ ଦର୍ଶଙ୍କ କହିବା ମୁତାବକ ନିଆଁରୁ ଉଦ୍ଦାର ପାଇବା ପାଇଁ ଲୋକେ ମେଡିକାଲର ଝରକାର ଡେଉଁଥିବା କଥା ସେ କହିଛନ୍ତି । ଘଟଣା ପରେ ଚିକିତ୍ସିତ ରୋଗି ମାନଙ୍କୁ ଅଣୟ ପାଖ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ବେଳେ କିଛି ଲୋକ ସେମାନଙ୍କ ଆତ୍ମିୟ ପରିଜନଙ୍କୁ ଅନ୍ୟ କେଉଁଠି ନପାଇ ସେଠାରେ ରହିଛନ୍ତି । ତେବେ ଏ ଘଟଣାର ତଦନ୍ତ କରିବାକୁ ପ୍ରଧାନମନ୍ତ୍ରୀ ନିର୍ଦେଶ ଦେଇଛନ୍ତି ।

Related Posts

About The Author

Add Comment