ଇନ୍ଧନ ଗ୍ୟାସର ଦର ବୃଦ୍ଧି ନେଇ ବ୍ଲକ ସମ୍ମୁଖରେ ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

Spread the love

ସୁନ୍ଦରଗଡ଼ ତା:୨୩/୧୧/୨୦୨୧( ସନ୍ଧାନ ନିଉଜ /ରାଜୁ ପଟେଲ ) ଇନ୍ଧନ ଗ୍ୟାସର ଅତ୍ୟଧିକ ଡର ବୃଦ୍ଧି ନେଇ ସବଡେଗା ବ୍ଲକ ସମ୍ମୁଖରେ ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି ।ସମଗ୍ର ଭାରତ ବର୍ଷରେ ମୋଦି ସରକାରଙ୍କ ଉଜ୍ଜଲା ଯୋଜନା ମାଧ୍ୟମରେ ପ୍ରତ୍ୟେକ ଘରେ ଗୃହିଣୀ ମାନଙ୍କ ମୁହଁରେ ହସ ଫୁଟାଇବାପାଇ ହେଲେ ତାହା ଏବେ ଦବୁ ଫସର ଫାଟିବାରେ ଲାଗିଛି । ଗ୍ୟାସର ଅତ୍ୟଧିକ ଦର ବୃଦ୍ଧିରେ ଗୃହିଣୀ ହତାଶ ହୋଇପଡିଛନ୍ତି । ଗ୍ୟାସ ସହିତ ଖାଇବାତେଲ, ପେଟ୍ରୋଲ,ଖାଇବା ସାମଗ୍ରୀ ସହିତ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧିରେ ବ୍ଲାକାଉଟ ମାଧମରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ବ୍ଲକ ଅଧିକାରୀ ନାରାୟଣୀ ପ୍ରିୟଦର୍ଶନୀ ପଣ୍ଡାଙ୍କ ଜରିଆରେ ଦର ହ୍ରାସ କୁ ନେଇ ରାଷ୍ଟ୍ରପତିଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମ ବ୍ଲକ ଅଧ୍ୟକ୍ଷ ମନୋଜ ବାରୁଆଙ୍କ ଅଧ୍ୟକ୍ଷତାରେ ହୋଇଥିଲା । ଏହି ବିକ୍ଷୋଭ ପ୍ରଦର୍ଶନରେ ତାପସ ପଣ୍ଡା,ଜନନୀ କେର୍କେଟା, ସୁଜାତା ଲାକ୍ରା,ରିତା ପଟେଲ,ସୁଦାମ ଭୋଇ ପ୍ରମୁଖ ଶତାଧିକ ଦଳୀୟକର୍ମୀ ଉପସ୍ଥିତ ଥିଲେ ।

Related Posts

About The Author

Add Comment