ଇଣ୍ଡିଆ ହାଉସ୍‌ ପରିସର ସଫେଇ କଲେ ଭାରତୀୟ ହାଇକମିସନର୍‌

Spread the love

ଲଣ୍ଡନ, ୮/୯ (ସନ୍ଧାନ ନିଉଜ) : ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କଥାକୁ ବିରୋଧ କରି ସେପ୍ଟେମ୍ବର ୩ ତାରିଖ ଦିନ ଲଣ୍ଡନସ୍ଥିତ ଇଣ୍ଡିଆ ହାଉସ୍‌ ଉପରକୁ ଅଣ୍ଡା ଏବଂ ଅନ୍ୟାନ୍ୟ ଜିନିଷ ଫିଙ୍ଗା ହେବା ଫଳରେ ଅପରିଚ୍ଛନ୍ନ ହୋଇପଡ଼ିଥିବା ପରିସରକୁ ନିଜେ ମପ୍‌ ଧରି ଭାରତୀୟ ହାଇକମିସନର୍‌ ରୁଚି ଘନଶ୍ୟାମ ସଫା କରିଛନ୍ତି।
ପ୍ରାୟ ୨୫୦୦ ପାକିସ୍ତାନୀ ବଂଶୋଦ୍ଭବ ବ୍ୟକ୍ତି ଏହି ବିକ୍ଷୋଭ ପ୍ରଦର୍ଶନରେ ଭୂମିକା ନେଇଥିଲେ। ସେମାନେ ଅଣ୍ଡା, ବିଲାତିବାଇଗଣ, ଧୂଆଁବୋମା, ଜମାଟବାନ୍ଧିଥିବା ପାଣି ବୋତଲ ଆଦି ଫିଙ୍ଗି ଥିଲେ। ଫଳରେ ଇଣ୍ଡିଆ ହାଉସର କାନ୍ଥ ଓ ପ୍ରାଙ୍ଗଣ ଅପରିଷ୍କାର ହୋଇ ଯାଇଥିଲା।

ଘନଶ୍ୟାମ କହିଛନ୍ତି: ଏଥିରେ ଆମେ ଭୟଭୀତ ହୋଇ ନାହୁଁ ବୋଲି ଦେଖାଇ ଦେବାକୁ ଚାହୁଁଛୁ। ଭାରତ ଏହାର ଜବାବ ଦେଇଛି ଏବଂ ଏଇ ସଫେଇ ଅଭିଯାନ ମଧ୍ୟ ଭାରତୀୟ ସରକାରୀ ଜବାବର ଅଂଶବିଶେଷ।

ଆମେ ଆମ ନିଜ ଘର ପରିଷ୍କାର କରୁଛୁ। ଅନ୍ୟମାନଙ୍କ ଉପରକୁ ଢେଲା ଫୁଙ୍ଗୁନାହୁଁ। ଆମେ ମହାତ୍ମା ଗାନ୍ଧୀଙ୍କ ନୀତି ଅନୁସରଣ କରି ଇଂଲଣ୍ଡକୁ ସ୍ୱଚ୍ଛ ଭାରତ ଆଣିଛୁ।

ଇଣ୍ଡିଆ ହାଉସ୍‌ର ଏହି ସଫେଇ ଅଭିଯାନରେ ତାଙ୍କୁ ସହଯୋଗ କରିଥିଲେ ଡେପୁଟି ହାଇକମିସନର୍‌ ଚରଣଜିତ ସିଂହ ଏବଂ ଭାରତୀୟ ସମ୍ପ୍ରଦାୟ।

ଅଗଷ୍ଟ ୧୫ ଏବଂ ସେପ୍ଟେମ୍ବର ୩ରେ ହୋଇଥିବା ପ୍ରତିବାଦ ହେଉଛି ୧୯୮୦ ପରର ପ୍ରଥମ ପ୍ରତିବାଦ। ସେତେବେଳେ ଖଲିସ୍ତାନୀ ଏବଂ କଶ୍ମୀରୀ ବିଚ୍ଛିନ୍ନତାବାଦୀ ତତ୍ତ୍ୱ ଲଣ୍ଡନରେ ପ୍ରତିବାଦ କରିଥିଲେ।

Related Posts

About The Author

Add Comment